ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମଥୁରା ଶାହି ଇଦଗାହରେ ସର୍ଭେ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ମଥୁରାର ଶ୍ରୀକୃଷ୍ଣ ମନ୍ଦିର ନିକଟରେ ଥିବା ଶାହି ଇଦଗାହ ମସଜିଦରେ କୋର୍ଟ ତତ୍ତ୍ଵାବଧାନରେ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ୧୪ ଡିସେମ୍ବର ୨୦୨୩ରେ ନିଜ ଆଦେଶର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତିି । କୋର୍ଟ ତାଙ୍କର ଉକ୍ତ ଆଦେଶରେ ମସଜିଦ ପରିସରରେ ସର୍ଭେ ତଦାରଖ କରିବା ପାଇଁ ଜଣେ କୋର୍ଟ କମିଶନରଙ୍କୁ ନିଯୁକ୍ତି [...]

Admin•ଜାନୁଆରୀ 16, 2024
Share Article:
ନୂଆଦିଲ୍ଲୀ: ମଥୁରାର ଶ୍ରୀକୃଷ୍ଣ ମନ୍ଦିର ନିକଟରେ ଥିବା ଶାହି ଇଦଗାହ ମସଜିଦରେ କୋର୍ଟ ତତ୍ତ୍ଵାବଧାନରେ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରୋକ୍ ଲଗାଇଛନ୍ତି ।
ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ୧୪ ଡିସେମ୍ବର ୨୦୨୩ରେ ନିଜ ଆଦେଶର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତିି । କୋର୍ଟ ତାଙ୍କର ଉକ୍ତ ଆଦେଶରେ ମସଜିଦ ପରିସରରେ ସର୍ଭେ ତଦାରଖ କରିବା ପାଇଁ ଜଣେ କୋର୍ଟ କମିଶନରଙ୍କୁ ନିଯୁକ୍ତି ପାଇଁ ରାଜି ହୋଇଥିଲେ।
ହିନ୍ଦୁ ପକ୍ଷ ଦାବି କରୁଛନ୍ତି ଯେ ଏହି ମସଜିଦ ସ୍ଥାନରେ ପୂର୍ବରୁ ଏକ ମନ୍ଦିର ଥିଲା।
ସୁପ୍ରିମକୋର୍ଟ କହିଛନ୍ତି, ମସଜିଦ ସର୍ଭେ ନେଇ ହାଇକୋର୍ଟରେ ଦାୟର ‘ଅସ୍ପଷ୍ଟ’ ଆବେଦନ ଯୋଗୁଁ ସର୍ଭେ ପାଇଁ କୋର୍ଟ କମିଶନରଙ୍କ ନିଯୁକ୍ତିରେ କିଛି ଆଇନଗତ ସମସ୍ୟା ରହିଛି । ଆବେଦନର ଉଦ୍ଦେଶ୍ୟ ସ୍ପଷ୍ଟ କରିବାକୁ କୋର୍ଟ ହିନ୍ଦୁ ପକ୍ଷକୁ କହିଛନ୍ତି । ଏହାଛଡ଼ା ଏହି ମାମଲାରେ ଅନ୍ୟ ହିନ୍ଦୁ ସଂସ୍ଥା ଗୁଡ଼ିକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
#Odia#Odisha#News
Share Article:

Related Articles