‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ’, ପତଞ୍ଜଳି ବିଜ୍ଞାପନ ମାମଲାରେ ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ଔଷଧ ସମ୍ପର୍କିତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଉଭୟଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାଁନ୍ତି । ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦ରେ [...]
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ଔଷଧ ସମ୍ପର୍କିତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଉଭୟଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାଁନ୍ତି । ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦ରେ ହେବ ।
ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ସୋମବାର ପତଞ୍ଜଳି ବିରୋଧରେ ଅବମାନନା ମାମଲାର ଶୁଣାଣି କରିଥିଲେ । ଗତ ମାସରେ ପତଞ୍ଜଳି କରିଥିବା କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ଖଣ୍ଡପୀଠ । ରାମଦେବଙ୍କ ଓକିଲ ଯୋଡ଼ ହସ୍ତରେ କୋର୍ଟଙ୍କୁ କହିଥିଲେ ଯେ, ଆମେ କ୍ଷମା ମାଗିବାକୁ ଚାହୁଁଛୁ ଏବଂ କୋର୍ଟ ଯାହା ଆଦେଶ ଦେବେ ତାହା ପାଳନ କରିବାକୁ ଆମେ ପ୍ରସ୍ତୁତ। କିନ୍ତୁ କୋର୍ଟ ପତଞ୍ଜଳି କଥା ଶୁଣିନଥିଲେ । ଅଦାଲତଙ୍କ ଆଦେଶର ପରଦିନ ପତଞ୍ଜଳି ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ଓ ନିଜ ଔଷଧକୁ ପ୍ରଭାବୀ ବୋଲି ଦାବି କରି ବିଜ୍ଞାପନ ଛାପିବା ଜାରି ରଖିଥିଲା କମ୍ପାନୀ । ପତଞ୍ଜଳି ସବୁ ସୀମା ଲଂଘିଛି ବୋଲି କହିଛନ୍ତି କୋର୍ଟ। ଏହାଛଡ଼ା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାନଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ମଧ୍ୟ ବର୍ଷିଥିଲେ । ପତଞ୍ଜଳି ବିଜ୍ଞାପନ ପ୍ରତି କେନ୍ଦ୍ର ଆଖି ବନ୍ଦ କରି ବସିଥିଲା ବୋଲି କହିଥିଲେ କୋର୍ଟ।
ପତଞ୍ଜଳି ବିରୋଧରେ ‘ଭାରତୀୟ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ)ର ଏକ ଆବେଦନ ଉପରେ ଶୁଣାଣି କହୁଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ଟକାକରଣ ଅଭିଯାନ ଏବଂ ଆଧୁନିକ ଔଷଧ ବିରୋଧରେ ରାମଦେବ ଓ ପତଞ୍ଜଳି ଅପପ୍ରଚାର ଚଳାଉଛି ବୋଲି ଅଭିଯୋଗ କରିଥିଲା ଆଇଏମ୍ଏ । କୋର୍ଟଙ୍କ କଟକଣା ସତ୍ତ୍ୱେ ପତଞ୍ଜଳି ବିଜ୍ଞାପନ ପ୍ରକାଶନ ଜାରି ରଖିବା ପରେ ମାର୍ଚ୍ଚ ୧୯ରେ ରାମଦେବ ଓ ବାଳକୃଷ୍ଣଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାଛଡ଼ା ଉଭୟଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୁଧବାର ସୁଦ୍ଧା ପତଞ୍ଜଳି ଏବଂ ବାଳକୃଷ୍ଣଙ୍କୁ ନୋଟିସର ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା କୋର୍ଟ କେନ୍ଦ୍ରକୁ ପୂର୍ବ ସତ୍ୟପାଠ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି । ନଭେମ୍ବର ୨୧, ୨୦୨୩ ଆଦେଶ ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ଦାଖଲ କରିବାକୁ କେନ୍ଦ୍ରକୁ ଦୁଇ ସପ୍ତାହର “ଶେଷ ସୁଯୋଗ” ଦେଇଛନ୍ତି କୋର୍ଟ।
ବିଧାନସଭା ନିର୍ବାଚନ ପାଇଁ ବିଜେପିର ୧୧୨ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
Next ArticleECI Deploys Special Observers in Poll Bound States Including Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
