ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ। ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ପିଟିସନର ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ନ ମିଳିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆପ୍ ଦାବି କରିଛି ଯେ ମଦ ଦୁର୍ନୀତି ଅଭିଯୋଗ କେଜ୍ରିୱାଲ ଏବଂ ତାଙ୍କ ଦଳକୁ ଶେଷ କରିବା [...]

Admin•ଅପ୍ରେଲ 15, 2024
Share Article:

ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ। ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ପିଟିସନର ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ନ ମିଳିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଆପ୍ ଦାବି କରିଛି ଯେ ମଦ ଦୁର୍ନୀତି ଅଭିଯୋଗ କେଜ୍ରିୱାଲ ଏବଂ ତାଙ୍କ ଦଳକୁ ଶେଷ କରିବା ପାଇଁ ବିଜେପିର ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟ ଯେଭଳି ଜାମିନ ପ୍ରଦାନ କରିଥିଲେ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟରୁ ଆଶ୍ବସ୍ତି ମିଳିବ ବୋଲି ହାଇକୋର୍ଟଙ୍କ ରାୟ ପରେ ଆପ୍ ଆଶା ପ୍ରକାଶ କରିଛି।

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେ ସମ୍ପ୍ରତି ତିହାର ଜେଲରେ ଅଛନ୍ତି। ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମଧ୍ୟ ଆଜି ଶେଷ ହେଉଛି।

#Odia#Odisha#News
Share Article:

Related Articles