ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ସର୍ବୋଚ୍ଚ ନ୍ୟାୟାଳୟ ୱେବସାଇଟରେ ପ୍ରକାଶିତ ବିବରଣୀ ଅନୁଯାୟୀ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। ଗତ ସପ୍ତାହରେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଆପ୍ ସୁପ୍ରିମୋଙ୍କ ତରଫରୁ ହାଜର ହୋଇ ଜଷ୍ଟିସ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠକୁ କହିଥିଲେ ଯେ କେଜ୍ରିୱାଲଙ୍କ [...]

Admin•ଅପ୍ରେଲ 29, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ସର୍ବୋଚ୍ଚ ନ୍ୟାୟାଳୟ ୱେବସାଇଟରେ ପ୍ରକାଶିତ ବିବରଣୀ ଅନୁଯାୟୀ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। ଗତ ସପ୍ତାହରେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଆପ୍ ସୁପ୍ରିମୋଙ୍କ ତରଫରୁ ହାଜର ହୋଇ ଜଷ୍ଟିସ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠକୁ କହିଥିଲେ ଯେ କେଜ୍ରିୱାଲଙ୍କ ଆବେଦନ ମେ ୬ରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଏହାର ଜବାବରେ ଜଷ୍ଟିସ ଖାନ୍ନା ବରିଷ୍ଠ ଓକିଲଙ୍କୁ ତୁରନ୍ତ ଏହି ମାମଲା ତାଲିକାଭୁକ୍ତ କରିବାକୁ ଏକ ଇମେଲ ପଠାଇବାକୁ କହିଥିଲେ। ଏହା ପରେ ମାମଲାର ଶୁଣାଣି ପାଇଁ ଏପ୍ରିଲ ୨୯ ତାରିଖକୁ ଧାର୍ଯ୍ୟ କରାଯାଇଥିଲା।

ସୁପ୍ରିମକୋର୍ଟରେ ଦାଖଲ ଏକ ସାନି ସତ୍ୟପାଠରେ କେଜ୍ରିୱାଲ ତାଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ନିର୍ବାଚନ ସମୟରେ କେନ୍ଦ୍ରର ଶାସକ ଦଳକୁ ଅନୁଚିତ ଭାବେ ଫାଇଦାରେ ରଖିବାକୁ ଏହା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଇଡି କେଜ୍ରିୱାଲଙ୍କ ଆବେଦନକୁ ବିରୋଧ କରିଛି। ତାଙ୍କ ଆବେଦନରେ କୌଣସି ଦମ୍ ନାହିଁ । ତଦନ୍ତରେ ତାଙ୍କର ‘ଅସହଯୋଗ ମନୋଭାବ’ କାରଣରୁ ତାଙ୍କୁ ଗିରଫ କରିବା ଜରୁରୀ ହୋଇପଡ଼ିଥିଲା। ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇନଥିଲେ ଓ ଜେରାରୁ ଦୂରେଇ ରହିଥିଲେ ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲା ଇଡି।

#Odia#Odisha#News
Share Article:

Related Articles