ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମଲାଲାଙ୍କ ହେଲା ‘ସୂର୍ଯ୍ୟ ତିଳକ’

ଅଯୋଧ୍ୟା: ରାମ ନବମୀ ଅବସରରେ ବୁଧବାର ଅଯୋଧ୍ୟାରେ ଦର୍ପଣ ଏବଂ ଲେନ୍ସ ସହାୟତାରେ ରାମଲାଲାଙ୍କ ‘ସୂର୍ଯ୍ୟ ତିଳକ’ କରାଯାଇଛି। ଏହି ଯାନ୍ତ୍ରିକ ପଦ୍ଧତି ମାଧ୍ୟମରେ ସୂର୍ଯ୍ୟ କିରଣ ସିଧାସଳଖ ଶ୍ରୀରାମଙ୍କ ବିଗ୍ରହର କପାଳରେ ପଡ଼ି ଅପୂର୍ବ ଦୃଶ୍ୟ ସୃଷ୍ଟି କରିଥିଲା। ଚଳିତ ବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ନୂଆ ମନ୍ଦିରରେ ରାମ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ପରେ ଏଠାରେ ପ୍ରଥମ ଥର ରାମ ନବମୀ ପାଳିତ ହେଉଛି। ମନ୍ଦିର ମୁଖପାତ୍ର ପ୍ରକାଶ ଗୁପ୍ତାଙ୍କ [...]

Admin•ଅପ୍ରେଲ 17, 2024
Share Article:

ଅଯୋଧ୍ୟା: ରାମ ନବମୀ ଅବସରରେ ବୁଧବାର ଅଯୋଧ୍ୟାରେ ଦର୍ପଣ ଏବଂ ଲେନ୍ସ ସହାୟତାରେ ରାମଲାଲାଙ୍କ ‘ସୂର୍ଯ୍ୟ ତିଳକ’ କରାଯାଇଛି। ଏହି ଯାନ୍ତ୍ରିକ ପଦ୍ଧତି ମାଧ୍ୟମରେ ସୂର୍ଯ୍ୟ କିରଣ ସିଧାସଳଖ ଶ୍ରୀରାମଙ୍କ ବିଗ୍ରହର କପାଳରେ ପଡ଼ି ଅପୂର୍ବ ଦୃଶ୍ୟ ସୃଷ୍ଟି କରିଥିଲା।

ଚଳିତ ବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ନୂଆ ମନ୍ଦିରରେ ରାମ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ପରେ ଏଠାରେ ପ୍ରଥମ ଥର ରାମ ନବମୀ ପାଳିତ ହେଉଛି।

ମନ୍ଦିର ମୁଖପାତ୍ର ପ୍ରକାଶ ଗୁପ୍ତାଙ୍କ କହିବା ଅନୁସାରେ ସୂର୍ଯ୍ୟ ତିଳକ ପ୍ରାୟ ଚାରି-ପାଞ୍ଚ ମିନିଟ୍ ପାଇଁ କରାଯାଇଥିଲା ଯେତେବେଳେ ସୂର୍ଯ୍ୟ କିରଣ ସିଧା ରାମଲାଲାଙ୍କ ମୂର୍ତ୍ତିର କପାଳ ଉପରେ କେନ୍ଦ୍ରିତ ଥିଲା।

ସେ କହିଛନ୍ତି, ‘ଅତ୍ୟଧିକ ଭିଡ଼ ନହେବା ପାଇଁ ମନ୍ଦିର ପ୍ରଶାସନ ସୂର୍ଯ୍ୟ ତିଳକ ସମୟରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଗର୍ଭଗୃହରେ ପ୍ରବେଶ ରୋକାଯାଇଥିଲା ।

ସିଏସଆର-ସିବିଆଇ, ରୁରକିର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଡି ପି କାନୁନଗୋ କହିଛନ୍ତି ଯେ, ଯୋଜନା ଅନୁଯାୟୀ ରାମଲାଲାଙ୍କ ସୂର୍ଯ୍ୟ ତିଳକ ମଧ୍ୟାହ୍ନ ୧୨ଟା ସମୟରେ କରାଯାଇଥିଲା। ଏଥିପାଇଁ ବୈଜ୍ଞାନିକମାନେ ମଙ୍ଗଳବାର ଏହି ପଦ୍ଧତିର ପରୀକ୍ଷଣ କରିଥିଲେ।

କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆଇଆର୍) -ସିବିଆରଆଇ, ରୁରକି ବୈଜ୍ଞାନିକ ଡକ୍ଟର ଏସ.କେ ପାଣିଗ୍ରାହୀ କହିଛନ୍ତି, “ରାମ ନବମୀ ଦିନ ଶ୍ରୀରାମଙ୍କ ମୂର୍ତ୍ତି କପାଳରେ ତିଳକ ଲଗାଇବା ସୂର୍ଯ୍ୟ ତିଳକ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ଅଧୀନରେ ଶ୍ରୀରାମ ନବମୀ ଦିନ ମଧ୍ୟାହ୍ନରେ ଭଗବାନ ରାମଙ୍କ କପାଳକୁ ସୂର୍ଯ୍ୟ କିରଣ ପକାଯିବ। ”

ସେ କହିଥିଲେ, “ସୂର୍ଯ୍ୟ ତିଳକ ପ୍ରକଳ୍ପ ଅଧୀନରେ ପ୍ରତିବର୍ଷ ଚୈତ୍ର ମାସରେ ଶ୍ରୀରାମ ନବମୀରେ ମଧ୍ୟାହ୍ନ ୧୨ ଟାରୁ ପ୍ରଭୁ ରାମଙ୍କ କପାଳରେ ସୂର୍ଯ୍ୟ କିରଣ ପ୍ରୟୋଗ କରାଯିବ। ପ୍ରତିବର୍ଷ ଏହି ଦିନ ଆକାଶରେ ସୂର୍ଯ୍ୟଙ୍କ ସ୍ଥିତି ବଦଳିଥାଏ। ”

#Odia#Odisha#News
Share Article:

Related Articles