ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ରୁତତମ ତ୍ରିଶତକ ସହ ରେକର୍ଡ ବୁକରେ ତନ୍ମୟ ଅଗ୍ରୱାଲ
ନୂଆଦିଲ୍ଲୀ: ହାଇଦ୍ରାବାଦର ଖେଳାଳି ତନ୍ମୟ ଅଗ୍ରୱାଲ ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଦ୍ରୁତତମ ତ୍ରିଶତକ ହାସଲ କରିବାର ରେକର୍ଡ କରିଛନ୍ତି | ତନ୍ମୟ ଅଗ୍ରୱାଲ ଶୁକ୍ରବାର ଅରୁଣାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ (ଗ୍ରୁପ୍ ପ୍ଲେଟ୍)ରେ ମାତ୍ର ୧୪୭ ବଲରେ ତ୍ରିଶତକ ହାସଲ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ହେଉଛି ଦ୍ରୁତତମ ତ୍ରିଶତକ । ତନ୍ମୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ମାର୍କୋ ମରାଏସଙ୍କ ରେକର୍ଡ ଭାଙ୍ଗିଛନ୍ତି । ମରାଏସ ୨୦୧୭ରେ ଦକ୍ଷିଣ ଆଫ୍ରିକାର ଏକ [...]
ନୂଆଦିଲ୍ଲୀ: ହାଇଦ୍ରାବାଦର ଖେଳାଳି ତନ୍ମୟ ଅଗ୍ରୱାଲ ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଦ୍ରୁତତମ ତ୍ରିଶତକ ହାସଲ କରିବାର ରେକର୍ଡ କରିଛନ୍ତି | ତନ୍ମୟ ଅଗ୍ରୱାଲ ଶୁକ୍ରବାର ଅରୁଣାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ (ଗ୍ରୁପ୍ ପ୍ଲେଟ୍)ରେ ମାତ୍ର ୧୪୭ ବଲରେ ତ୍ରିଶତକ ହାସଲ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ହେଉଛି ଦ୍ରୁତତମ ତ୍ରିଶତକ ।
ତନ୍ମୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ମାର୍କୋ ମରାଏସଙ୍କ ରେକର୍ଡ ଭାଙ୍ଗିଛନ୍ତି । ମରାଏସ ୨୦୧୭ରେ ଦକ୍ଷିଣ ଆଫ୍ରିକାର ଏକ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୯୧ ବଲରେ ତ୍ରିଶତକ ଶତକ ହାସଲ କରିଥିଲେ |
ହାଇଦ୍ରାବାଦର ୨୮ ବର୍ଷୀୟ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ତନ୍ମୟ ଅଗ୍ରୱାଲ ଷ୍ଟମ୍ପ ଅପସାରଣ ବେଳକୁ ୧୬୦ ବଲରେ ୩୨୩ ରନ୍ କରି ଅପରାଜିତ ଅଛନ୍ତି। ତାଙ୍କର ଏହି ଇନିଂସରେ ସେ ୩୩ଟି ଚୌକା ଓ ୨୧ଟି ଛକା ମାରିଥିଲେ । ତନ୍ମୟ ଅଗ୍ରୱାଲଙ୍କ ତ୍ରିଶତକ ସହାୟତାରେ ହାଇଦ୍ରାବାଦ ମାତ୍ର ୪୮ ଓଭରରେ ଗୋଟିଏ ୱିକେଟ୍ ହରାଇ ୫୨୯ ରନ୍ କରିଛି ।
ତନ୍ମୟ ମଧ୍ୟ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଦ୍ରୁତତମ ଦ୍ୱିଶତକ ହାସଲ କରିବା ରେକର୍ଡ କରିଛନ୍ତି । ସେ ୧୧୯ ବଲରେ ଦ୍ୱିଶତକ ପୂରଣ କରିଥିଲେ।
ଏହାଛଡ଼ା ହାଇଦ୍ରାବାଦ ଜନ୍ମିତ ଏହି ବ୍ୟାଟ୍ସମ୍ୟାନ୍ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ଇଶାନ କିଶନଙ୍କ ରେକର୍ଡ ଭାଙ୍ଗିଛନ୍ତି । ତନ୍ମୟ ତାଙ୍କ ତୋଫାନୀ ଇନିଂସରେ ମୋଟ ୨୧ଟି ଛକା ମାରିଥିଲେ। ପୂର୍ବରୁ କିଶନ ଗୋଟିଏ ଇନିଂସରେ ୧୪ଟି ଛକା ମାରିଥିଲେ ।
ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ସାହସିକତା , ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ
Next ArticleCM Naveen’s Message on Samalei Project: It’s a Symbol of Brotherhood and Carries the Faith of Crores Of Devotees
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
