ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଏନଡିଏକୁ ୬ ବର୍ଷ ପରେ ଫେରିବ ଟିଡିପି

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ୬ ବର୍ଷ ପରେ ଏନଡିଏକୁ ଫେରିବା ନିଶ୍ଚିତ ହୋଇଛି। ଆଜି ଏନେଇ ଘୋଷଣା ହୋଇପାରେ। ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମେଣ୍ଟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଯୋଗ ଦେଇଥିଲେ। ତାଙ୍କ ଦଳ ଏନଡିଏରେ ସାମିଲ ହେଉଛି ବୋଲି ଟିଡିପି ସାଂସଦ କନକମେଦାଲା ରବିନ୍ଦ୍ର କୁମାର କହିଛନ୍ତି [...]

Admin•ମାର୍ଚ୍ଚ 9, 2024
Share Article:

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ୬ ବର୍ଷ ପରେ ଏନଡିଏକୁ ଫେରିବା ନିଶ୍ଚିତ ହୋଇଛି। ଆଜି ଏନେଇ ଘୋଷଣା ହୋଇପାରେ। ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମେଣ୍ଟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଯୋଗ ଦେଇଥିଲେ। ତାଙ୍କ ଦଳ ଏନଡିଏରେ ସାମିଲ ହେଉଛି ବୋଲି ଟିଡିପି ସାଂସଦ କନକମେଦାଲା ରବିନ୍ଦ୍ର କୁମାର କହିଛନ୍ତି । ଏନେଇ ଶୀଘ୍ର ଆନୁଷ୍ଠାନିକ ଘୋଷଣା ହେବ ବୋଲି ସେ କହିଛନ୍ତିି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ଆନ୍ଧ୍ର ପ୍ରଦେଶରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ମେଣ୍ଟ ଉପରେ ଆଲୋଚନା ହୋଇଥିଲା। ଟିଡିପି ସାଂସଦ କେ.ରବିନ୍ଦ୍ର କୁମାର ଶୁକ୍ରବାର କହିଥିଲେ ଯେ ଆଗାମୀ ନିର୍ବାଚନରେ ​​ବିଜେପି, ଟିଡିପି ଏବଂ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ନେଇ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଟିଡିପି ୨୦୧୮ରେ ବିଜେପି ନେତୃତ୍ୱାଧୀନ ଏନଡିଏରୁ ଓହରି ଯାଇଥିଲା ।

#Odia#Odisha#News
Share Article:

Related Articles