ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ତୃଣମୂଳ କଂଗ୍ରେସ, ତାଲିକାରେ କ୍ରିକେଟର ୟୁସୁଫ ପଠାନ, କିର୍ତ୍ତୀ ଆଜାଦଙ୍କ ନାଁ

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ରବିବାର ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥର ଦଳ କିଛି ଦଳୀୟ ସାଂସଦଙ୍କୁ ଟିକେଟ୍ ଦେଇନାହିଁ । ଦଳର ପ୍ରାର୍ଥୀ ତାଲିକାରେ ପୂର୍ବତନ କ୍ରିକେଟର୍ ୟୁସୁଫ ପଠାନ ଏବଂ କିର୍ତ୍ତୀ ଆଜାଦଙ୍କ ପରି ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ଦଳ ୧୬ ସାଂସଦଙ୍କ ଉପରେ ପୁଣି ଭରସା ପ୍ରକଟ କରିଛି। ଏହି ତାଲିକାରେ ୧୨ ଜଣ ମହିଳା [...]

Admin•ମାର୍ଚ୍ଚ 10, 2024
Share Article:

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ରବିବାର ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥର ଦଳ କିଛି ଦଳୀୟ ସାଂସଦଙ୍କୁ ଟିକେଟ୍ ଦେଇନାହିଁ । ଦଳର ପ୍ରାର୍ଥୀ ତାଲିକାରେ ପୂର୍ବତନ କ୍ରିକେଟର୍ ୟୁସୁଫ ପଠାନ ଏବଂ କିର୍ତ୍ତୀ ଆଜାଦଙ୍କ ପରି ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି ।

ଦଳ ୧୬ ସାଂସଦଙ୍କ ଉପରେ ପୁଣି ଭରସା ପ୍ରକଟ କରିଛି। ଏହି ତାଲିକାରେ ୧୨ ଜଣ ମହିଳା ଅଛନ୍ତି ।

ରାଜ୍ୟର ବରହମପୁର ଲୋକସଭା ଆସନରୁ କ୍ରିକେଟର ୟୁସୁଫ ପଠାନ ନିର୍ବାଚନ ଲଢ଼ିବେ । ସେହିପରି ଆଉ ଜଣେ ପୂର୍ବତନ କ୍ରିକେଟର୍ କିର୍ତ୍ତୀ ଆଜାଦଙ୍କୁ ବର୍ଦ୍ଧମାନ-ଦୁର୍ଗାପୁର ଆସନରୁ ପ୍ରାର୍ଥୀ କରାଯାଇଛି।

ବସୀରହାଟ ଲୋକସଭା ଆସନରୁ ସାଂସଦ ନୁସରତ ଜାହାନଙ୍କୁ ଟିକେଟ୍ ମିଳିନାହିଁ । ତାଙ୍କ ସ୍ଥାନରେ ଏହି ଆସନରୁ ଟିଏମସି ଏହାର ପୂର୍ବତନ ସାଂସଦ ହାଜି ନୁରୁଲ ଇସଲାମକୁ ଟିକେଟ୍ ଦେଇଛି । ଏହାଛଡ଼ା ଲୋକସଭାରୁ ବହିଷ୍କୃତ ହୋଇଥିବା ମହୁଆ ମୈତ୍ରଙ୍କୁ ଟିଏମସି କ୍ରମାଗତ ଦ୍ୱିତୀୟ ଥର ପାଇଁ କୃଷ୍ଣନଗର ଆସନରୁ ପ୍ରାର୍ଥୀ କରିଛି।

କୋଲକାତାରେ ରବିବାର ଅନୁଷ୍ଠିତ ବିଶାଳ ରାଲିରେ ତୃଣମୂଳ କଂଗ୍ରେସ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ରାଜ୍ୟର ସମସ୍ତ ୪୨ଟି ଆସନରେ ଦଳ ଏକାକୀ ଲଢ଼ିବ।

#Odia#Odisha#News
Share Article:

Related Articles