ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାମେଶ୍ୱରମ୍ କାଫେ ବିସ୍ଫୋରଣ: ଗିରଫ ଦୁଇ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ଅଣାଗଲା, ୧୦ ଦିନିଆ ରିମାଣ୍ଡରେ ନେଲା ଏନ୍ଆଇଏ

ବେଙ୍ଗାଲୁରୁ: ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା କୋଲକାତାରୁ ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଶନିବାର ବେଙ୍ଗାଲୁରୁ ଅଣାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଉଭୟ ଅଭିଯୁକ୍ତଙ୍କୁ ସ୍ଥାନୀୟ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୧୦ ଦିନ ଏନ୍ଆଇଏ ରିମାଣ୍ଡରେ ପଠାଇଛନ୍ତି। କୋଲକାତାର ଏକ କୋର୍ଟ ଶୁକ୍ରବାର ଏହି ବିସ୍ଫୋରଣ ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ବେଙ୍ଗାଲୁରୁ ନେବା ପାଇଁ [...]

Admin•ଅପ୍ରେଲ 13, 2024
Share Article:

ବେଙ୍ଗାଲୁରୁ: ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା କୋଲକାତାରୁ ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଶନିବାର ବେଙ୍ଗାଲୁରୁ ଅଣାଯାଇଛି।

ସ୍ବାସ୍ଥ୍ୟ ପରୀକ୍ଷା ପରେ ଉଭୟ ଅଭିଯୁକ୍ତଙ୍କୁ ସ୍ଥାନୀୟ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୧୦ ଦିନ ଏନ୍ଆଇଏ ରିମାଣ୍ଡରେ ପଠାଇଛନ୍ତି।

କୋଲକାତାର ଏକ କୋର୍ଟ ଶୁକ୍ରବାର ଏହି ବିସ୍ଫୋରଣ ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ବେଙ୍ଗାଲୁରୁ ନେବା ପାଇଁ ଏନ୍ଆଇଏକୁ ଅନୁମତି ଦେଇଥିଲେ।

ମାର୍ଚ୍ଚ ୧ରେ ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେରେ ହୋଇଥିବା ବିସ୍ଫୋରଣ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ମୁସବୀର ହୁସେନ୍ ଶାଜିବ ଓ ମାଥିନ୍ ଅହମ୍ମଦ ତାହାକୁ ଏନ୍ଆଇଏ ଶୁକ୍ରବାର କୋଲକାତା ନିକଟରୁ ଗିରଫ କରିଥିଲା। ରାମେଶ୍ଵରମ କାଫେ ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ।

ଏନ୍ଆଇଏ ସୂଚନା ଅନୁଯାୟୀ, ଶାଜିବ କାଫେରେ ବୋମା ରଖିଥିବା ବେଳେ ଏହି ବିସ୍ଫୋରଣ ଯୋଜନା ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ସମସ୍ତ ସହାୟତା ଯୋଗାଇଥିବା ମାଥିନ୍ ଅହମ୍ମଦ ତାହା ହେଉଛି ମୁଖ୍ୟ ଷଡ଼ଯନ୍ତ୍ରକାରୀ।

ଏହି ଦୁଇ ଅଭିଯୁକ୍ତଙ୍କୁ ସମ୍ପର୍କରେ ସୂଚନା ଦେବା ବ୍ଯକ୍ତିଙ୍କୁ ଏନ୍ଆଇଏ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ସ୍ଥିତ ଆଇଟିପିଏଲ୍ ରୋଡରେ ଥିବା ଲୋକପ୍ରିୟ ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା । ମାର୍ଚ୍ଚ ୩ରେ ଏନଆଇଏ ଏହି ମାମଲାର ତଦନ୍ତ ଦାୟିତ୍ଵ ହାତକୁ ନେଇଥିଲା ।

#Odia#Odisha#News
Share Article:

Related Articles