ମଣିପୁର: ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଆକ୍ରମଣ, ଦୁଇ ସିଆରପିଏଫ୍ ଯବାନ ସହିଦ୍
ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଉଗ୍ରବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ଦୁଇଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ କହିଛି, କୁକି ଉଗ୍ରବାଦୀମାନେ ମୋଇରଙ୍ଗ ଥାନା ଅନ୍ତର୍ଗତ ନାରାନସେନା ଠାରେ ଥିବା ଆଇଆରବିଏନ୍ (ଇଣ୍ଡିଆନ୍ ରିଜର୍ଭ କର୍ପସ) କ୍ୟାମ୍ପ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଅତର୍କିତ ଆକ୍ରମଣ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଉଗ୍ରବାଦୀମାନେ କ୍ୟାମ୍ପକୁ ଟାର୍ଗେଟ [...]
ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଉଗ୍ରବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ଦୁଇଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ କହିଛି, କୁକି ଉଗ୍ରବାଦୀମାନେ ମୋଇରଙ୍ଗ ଥାନା ଅନ୍ତର୍ଗତ ନାରାନସେନା ଠାରେ ଥିବା ଆଇଆରବିଏନ୍ (ଇଣ୍ଡିଆନ୍ ରିଜର୍ଭ କର୍ପସ) କ୍ୟାମ୍ପ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଅତର୍କିତ ଆକ୍ରମଣ କରିଥିଲେ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଉଗ୍ରବାଦୀମାନେ କ୍ୟାମ୍ପକୁ ଟାର୍ଗେଟ କରି ପାହାଡ ଉପରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ରାତି ପ୍ରାୟ ୧୨.୩୦ ରୁ ଆରମ୍ଭ ହୋଇ ପ୍ରାୟ ୨.୧୫ ପର୍ଯ୍ୟନ୍ତ ଜାରି ରହିଥିଲା। ଆତଙ୍କବାଦୀମାନେ ମଧ୍ୟ ବୋମା ଫିଙ୍ଗିଥିଲେ, ସେଥିମଧ୍ୟରୁ ଗୋଟିଏ ସିଆରପିଏଫ୍ ର ୧୨୮ ବାଟାଲିୟନ ପୋଷ୍ଟରେ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ସିଆରପିଏଫ୍ ସବ-ଇନ୍ସପେକ୍ଟର ଏନ୍ ସର୍କାର ଓ ହେଡ୍ କନେଷ୍ଟବଳ ଅରୁପ ସାଇନି ସହିଦ୍ ହୋଇଛନ୍ତି।
ସେ କହିଛନ୍ତି ଯେ, ଏହି ଆକ୍ରମଣରେ ଇନ୍ସପେକ୍ଟର ଯାଦବ ଦାସ ଏବଂ କନଷ୍ଟେବଳ ଆଫାବ ଦାସ ଆହତ ହୋଇଛନ୍ତି।
ଆଇଆରବିଏନ୍ କ୍ୟାମ୍ପର ସୁରକ୍ଷା ପାଇଁ ସିଆରପିଏଫ୍ ଯବାନଙ୍କୁ ଏଠାରେ ମୁତୟନ କରାଯାଇଥିଲା। ଏହି ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କୁ ଧରିବା ପାଇଁ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ପୋଲିସ କହିଛି।
ଟି-୨୦ କ୍ରିକେଟରେ ସର୍ବୋଚ୍ଚ ରନ୍ ଚେଜ୍ ସହ ପଞ୍ଜାବ କିଙ୍ଗ୍ସର ବିଶ୍ବ ରେକର୍ଡ
Next ArticleThree Killed In Road Accident On NH 55
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
