ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଝାଡ଼ଖଣ୍ଡର ଜାମତାରାରେ ଟ୍ରେନ୍ ଦୁର୍ଘଟଣା, ଦୁଇ ମୃତ

ରାଞ୍ଚି: ଝାଡଖଣ୍ଡର ଜାମତାରାଠାରେ ଟ୍ରେନ୍ ମାଡ଼ି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଜାମତରା ଏସଡିଏମ ଅନନ୍ତ କୁମାର‌ କହିଛନ୍ତି ଜାମତାର କଳଝରିଆ ବ୍ଲକର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନନ୍ତ କୁମାର କହିଛନ୍ତି, “ରେଳ ଫାଟକ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଟ୍ରେନରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ କିଛି ଲୋକ ଏଥିରୁ ଭୟରେ ଓହ୍ଲାଇ ପଡ଼ିଥିଲେ। ସେମାନେ [...]

Admin•ଫେବୃଆରୀ 28, 2024
Share Article:

ରାଞ୍ଚି: ଝାଡଖଣ୍ଡର ଜାମତାରାଠାରେ ଟ୍ରେନ୍ ମାଡ଼ି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଜାମତରା ଏସଡିଏମ ଅନନ୍ତ କୁମାର‌ କହିଛନ୍ତି ଜାମତାର କଳଝରିଆ ବ୍ଲକର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଅନନ୍ତ କୁମାର କହିଛନ୍ତି, “ରେଳ ଫାଟକ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଟ୍ରେନରେ ନିଆଁ ଲାଗିଥିବା ଗୁଜବ ଯୋଗୁଁ କିଛି ଲୋକ ଏଥିରୁ ଭୟରେ ଓହ୍ଲାଇ ପଡ଼ିଥିଲେ। ସେମାନେ ଟ୍ରାକ୍ ପାର କରୁଥିବା ବେଳେ ଏକ ଲୋକାଲ୍ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା।

ତେବେ ଭାରତୀୟ ରେଳବାଇ ଟ୍ରେନରେ ନିଆଁ ଲାଗିଥିବା ଖବରକୁ ଅସ୍ବୀକାର କରିଛି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ମଧ୍ୟ ରେଳ ଯାତ୍ରୀ ନୁହଁନ୍ତି । ଟ୍ରାକ ପାର କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଖବରକୁ ମଧ୍ୟ ଖଣ୍ଡନ କରିଛି ରେଳବାଇ।

ରେଳବାଇ ଦେଇଥିବା ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୧୨୨୫୪ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବିଦ୍ୟାସାଗର କାସିତାରା ମଧ୍ୟରେ ଅଟକି ରହିଥିଲା। ଏଠାରୁ ଦୁଇ କିଲୋମିଟର ଦୂର ସନ୍ଧ୍ୟା ୭.୦୭ରେ ଏକ ମେମୁ ଟ୍ରେନର ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା | ଘଟଣାର ତଦନ୍ତ ପାଇଁ ରେଳବାଇ ଏକ ତିନି ଜଣିଆ କମିଟି ଗଠନ କରିଛି।

#Odia#Odisha#News
Share Article:

Related Articles