ଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଶତ୍ରୁ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ, ସ୍ପଷ୍ଟ କଲା ଜାତିସଂଘ
ନୂଆଦିଲ୍ଲୀ: ଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଶତ୍ରୁ ତଥା ଆତଙ୍କବାଦୀ ନିହତ। ପାକିସ୍ତାନର ଏକ ଜେଲରେ ହାଫିଜ ସଇଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ ହୋଇଛି। ଦୁଇ ବର୍ଷ ତଳେ ହିଁ ଭୁଟାବିର ମୃତ୍ୟୁ ଖବର ଆସିଥିଲା, କିନ୍ତୁ ସେତେବେଳେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଏହି ଖବରକୁ ଅସ୍ବୀକାର କରିଥିଲା । କିନ୍ତୁ ବର୍ତ୍ତମାନ ଜାତିସଂଘ ସ୍ପଷ୍ଟ କରିଛି ଯେ ଲସ୍କର-ଏ-ତଇବାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ [...]
ନୂଆଦିଲ୍ଲୀ: ଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଶତ୍ରୁ ତଥା ଆତଙ୍କବାଦୀ ନିହତ। ପାକିସ୍ତାନର ଏକ ଜେଲରେ ହାଫିଜ ସଇଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ ହୋଇଛି। ଦୁଇ ବର୍ଷ ତଳେ ହିଁ ଭୁଟାବିର ମୃତ୍ୟୁ ଖବର ଆସିଥିଲା, କିନ୍ତୁ ସେତେବେଳେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଏହି ଖବରକୁ ଅସ୍ବୀକାର କରିଥିଲା । କିନ୍ତୁ ବର୍ତ୍ତମାନ ଜାତିସଂଘ ସ୍ପଷ୍ଟ କରିଛି ଯେ ଲସ୍କର-ଏ-ତଇବାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ ହୋଇଛି।
ଜାତିସଂଘ ସୁରକ୍ଷା ପରିଷଦର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ହାଫିଜ ଅବଦୁଲ ସଲାମ ଭୁଟାବି ଲସ୍କର-ଏ-ତଇବାର ଡେପୁଟି କମାଣ୍ଡର ଏବଂ ହାଫିଜ ସଇଦର ନିକଟବର୍ତ୍ତୀ ଥିଲା । ହାଫିଜ ସଇଦ ଜେଲ୍ ଯିବା ପରେ, ଭୁଟାବି ଲସ୍କର ଜମାତ ଉଦ୍ ଦାଓ୍ବାର ଦାୟିତ୍ଵ ସମ୍ଭାଳିଥିଲା ।
ରିପୋର୍ଟ ଅନୁଯାୟୀ, ୨୦୦୮ରେ ମୁମ୍ବାଇ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଭୁଟାବି ତାଲିମ ଦେଇଥିଲା । ସେହି ଆତଙ୍କବାଦୀ ଆକ୍ରମଣରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ଶହ ଶହ ଲୋକ ଆହତ ହୋଇଥିଲେ।
୨୯ ମଇ ୨୦୨୩ରେ ପାକିସ୍ତାନର ପଞ୍ଜାବର ଏକ ଜେଲରେ ଭୁଟାବିର ହୃଦଘାତରେ ମୃତ୍ୟୁ ହୋଇଥିଲା । କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦ ସହ ଭାରତ ମଧ୍ୟ ଏହି ଖବରକୁ ଗୁଜବ ବୋଲି କହିଥିଲା । ଏହାକୁ ପାକିସ୍ତାନର ଏକ ଷଡ଼ଯନ୍ତ୍ର ବୋଲି କହିଥିଲା ଭାରତ । କିନ୍ତୁ ବର୍ତ୍ତମାନ ମିଳିତ ଜାତିସଂଘ ଭୁଟାବିର ମୃତ୍ୟୁ ଉପରେ ମୋହର ମାରିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା, ସିସିଟିଭି ନଜରରେ ରହିବ ପୁରୀ ସହର
Next Article୨୦୧୮ର ଚାଞ୍ଚଲ୍ୟକର ବ୍ୟାଙ୍କ ଏଜେଣ୍ଟ ହତ୍ୟା ମାମଲାରେ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡାଦେଶ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
