ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ: ‘ପେଟିଏମ୍’ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କମ୍ପାନୀର ପେମେଣ୍ଟ ବ୍ୟାଙ୍କ ୟୁନିଟର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରିଜର୍ଭ ବ୍ୟାଙ୍କର କଟକଣା ପରେ କମ୍ପାନୀ ଏହାର ବୋର୍ଡକୁ ପୁନର୍ଗଠନ କରିବ । କମ୍ପାନୀର ନୂଆ ବୋର୍ଡରେ ଏବେ ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ୍ ଶ୍ରୀଧର ସାମିଲ ହେବେ। ଏହାଛଡ଼ା ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗଙ୍କ ସହ [...]

Admin•ଫେବୃଆରୀ 26, 2024
Share Article:

ନୂଆଦିଲ୍ଲୀ: ‘ପେଟିଏମ୍’ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କମ୍ପାନୀର ପେମେଣ୍ଟ ବ୍ୟାଙ୍କ ୟୁନିଟର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରିଜର୍ଭ ବ୍ୟାଙ୍କର କଟକଣା ପରେ କମ୍ପାନୀ ଏହାର ବୋର୍ଡକୁ ପୁନର୍ଗଠନ କରିବ ।

କମ୍ପାନୀର ନୂଆ ବୋର୍ଡରେ ଏବେ ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ୍ ଶ୍ରୀଧର ସାମିଲ ହେବେ। ଏହାଛଡ଼ା ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗଙ୍କ ସହ ଦୁଇ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରଜନୀ ସେଖରୀ ସିବଲ ଓ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ ମଧ୍ୟ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବୋର୍ଡରେ ସ୍ଥାନ ପାଇବେ।

ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର କଟକଣା ପରେ ବୋର୍ଡରେ ଘନଘନ ପରିବର୍ତ୍ତନ ହେବାରେ ଲାଗିଛି । ପେଟିଏମ୍ ସୋମବାର ଏକ ପ୍ରେସ ବିବୃତ୍ତିରେ କହିଛି, ଯେ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ପାର୍ଟ ଟାଇମ୍ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମଧ୍ୟ ପିପିବିଏଲ୍ର ବୋର୍ଡ ସଦସ୍ୟ ପଦ ଛାଡ଼ି ଦେଇଛନ୍ତି।

ନିୟମ ଉଲ୍ଲଘଂନ ପାଇଁ ଆରବିଆଇ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ମାର୍ଚ୍ଚ ୧୫ ସୁଦ୍ଧା କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।

#Odia#Odisha#News
Share Article:

Related Articles