ରାତିରେ ମହିଳା ହଷ୍ଟେଲକୁ ଯାଉଥିବା ବେଳେ ଧରାପଡ଼ିଲେ ଭାରୋତ୍ତୋଳକ ଅଚିନ୍ତ ଶିଉଲି, ଜାତୀୟ କ୍ୟାମ୍ପରୁ ବହିଷ୍କୃତ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲି ଏନ୍ଆଇଏସ୍ ପଟିଆଲାସ୍ଥିତ ମହିଳା ହଷ୍ଟେଲକୁ ରାତିରେ ଯାଉଥିବା ବେଳେ ଧରାପଡ଼ି ପ୍ୟାରିସ ଅଲିମ୍ପିକ୍ସ କ୍ୟାମ୍ପରୁ ବହିଷ୍କୃତ ହୋଇଛନ୍ତି । ଗୁରୁବାର ରାତିରେ ଏହି ଘଟଣା ଘଟିଛି। ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୨୨ ବର୍ଷୀୟ ଅଚିନ୍ତଙ୍କୁ ସୁରକ୍ଷାକର୍ମୀ ଧରିଥିଲେ । ସେ ମହିଳା ହଷ୍ଟେଲକୁ ଯିବା ବେଳର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ସୁରକ୍ଷା କର୍ମୀ। ଭାରତୀୟ ଭାରୋତ୍ତୋଳନ ସଂଘର ଜଣେ ଅଧିକାରୀ [...]
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲି ଏନ୍ଆଇଏସ୍ ପଟିଆଲାସ୍ଥିତ ମହିଳା ହଷ୍ଟେଲକୁ ରାତିରେ ଯାଉଥିବା ବେଳେ ଧରାପଡ଼ି ପ୍ୟାରିସ ଅଲିମ୍ପିକ୍ସ କ୍ୟାମ୍ପରୁ ବହିଷ୍କୃତ ହୋଇଛନ୍ତି ।
ଗୁରୁବାର ରାତିରେ ଏହି ଘଟଣା ଘଟିଛି। ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୨୨ ବର୍ଷୀୟ ଅଚିନ୍ତଙ୍କୁ ସୁରକ୍ଷାକର୍ମୀ ଧରିଥିଲେ । ସେ ମହିଳା ହଷ୍ଟେଲକୁ ଯିବା ବେଳର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ସୁରକ୍ଷା କର୍ମୀ।
ଭାରତୀୟ ଭାରୋତ୍ତୋଳନ ସଂଘର ଜଣେ ଅଧିକାରୀ କହିଛନ୍ତି, ଏପରି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଅଚିନ୍ତଙ୍କୁ ତୁରନ୍ତ କ୍ୟାମ୍ପ ଛାଡ଼ିବାକୁ କୁହାଯାଇଛି।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଏନ୍ଆଇଏସ୍ ପଟିଆଲାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ କୁମାରଙ୍କୁ ତୁରନ୍ତ ଏ ସମ୍ପର୍କରେ ଅବଗତ କରାଯାଇଛି। ଭିଡିଓ ପ୍ରମାଣ ଥିବାରୁ ସାଇ ଏହି ମାମଲାରେ ତଦନ୍ତ କମିଟି ଗଠନ କରିନାହିଁ ।
ଜଣେ ଅଧିକାରୀ କହିଛନ୍ତି, ଏହି ଭିଡ଼ିଓ ଏନ୍ଆଇଏସ୍ ପଟିଆଲାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ କୁମାର ଏବଂ ସାଇର ଦିଲ୍ଲୀ ମୁଖ୍ୟାଳୟକୁ ପଠାଯାଇଛି। ଭାରୋତ୍ତୋଳନ ସଂଘ ଅଚିନ୍ତଙ୍କୁ କ୍ୟାମ୍ପରୁ ହଟାଇବାକୁ କୁହାଯାଇଛି।
ଅଚିନ୍ତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଏକ ନୂଆ ରେକର୍ଡ଼ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଏନ୍ଆଇଏସ୍ ପଟିଆଲାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ହଷ୍ଟେଲ ରହିଛି | ସମ୍ପ୍ରତି ଏନ୍ଆଇଏସ୍ ପଟିଆଲାରେ ମହିଳା ବକ୍ସର, ଆଥଲେଟ୍ ଏବଂ ରେସଲର ରହୁଛନ୍ତି ।
ଭାରୋତ୍ତୋଳନ ସଂଘ ଏହା ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ୟୁଥ୍ ଅଲିମ୍ପିକ୍ ଚାମ୍ପିଅନ୍ ଭାରୋତ୍ତୋଳକ ଜେରେମି ଲାଲରିନୁଗାଙ୍କୁ ମଧ୍ୟ ବିଶୃଙ୍ଖଳା ପାଇଁ ଜାତୀୟ ଶିବିରରୁ ଅନିର୍ଦ୍ଦିଷ୍ଟ କାଳ ହଟାଇ ଦେଇଥିଲା।
ଜାତୀୟ କ୍ୟାମ୍ପରୁ ବିତାଡ଼ିତ ହେବା ପରେ ଅଚିନ୍ତ ଶିଉଲିଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବା ଆଶା ମଉଳି ଯାଇଛି । କାରଣ ସେ ଚଳିତ ମାସରେ ଥାଇଲ୍ୟାଣ୍ଡର ଫୁକେଟରେ ଆଇଡବ୍ଲୁଏଫ୍ ବିଶ୍ୱକପ୍ ଖେଳି ପାରିବେ ନାହିଁ, ଯାହା ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ପାଇଁ ବାଧ୍ୟତାମୂଳକ ଥିଲା।
ଜୂ୍ନ ୧ରେ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍
Next ArticleGanjam: Ex-GRS Sentenced to 3 Yrs Jail for Misappropriation of Govt Money
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
