ଆଇସିସି ଟେଷ୍ଟ ମାନ୍ୟତାର ଟପ୍-୨୦ରେ ଯଶସ୍ୱୀ
ଦୁବାଇ: ଇଂଲଣ୍ଡ ବିପକ୍ଷ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିବା ପରେ ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ୧୪ଟି ସ୍ଥାନ ଲମ୍ଫ ସହ ଆଇସିସି ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୨୦ରେ ପ୍ରବେଶ କରିଛନ୍ତି । ସେ ବ୍ୟାଟିଂ ମାନ୍ୟତାରେ ବର୍ତ୍ତମାନ ୧୫ତମ ସ୍ଥାନରେ ଅଛନ୍ତି। ଲଗାତାର ଦୁଇଟି ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୭ କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଥିଲେ ଜୈସୱାଲ । ଏହି ୨୨ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରମାଗତ ଦୁଇ ଟେଷ୍ଟ ଶତକ [...]
ଦୁବାଇ: ଇଂଲଣ୍ଡ ବିପକ୍ଷ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିବା ପରେ ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ୧୪ଟି ସ୍ଥାନ ଲମ୍ଫ ସହ ଆଇସିସି ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୨୦ରେ ପ୍ରବେଶ କରିଛନ୍ତି । ସେ ବ୍ୟାଟିଂ ମାନ୍ୟତାରେ ବର୍ତ୍ତମାନ ୧୫ତମ ସ୍ଥାନରେ ଅଛନ୍ତି।
ଲଗାତାର ଦୁଇଟି ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୭ କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଥିଲେ ଜୈସୱାଲ । ଏହି ୨୨ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରମାଗତ ଦୁଇ ଟେଷ୍ଟ ଶତକ ହାସଲ କରିବାରେ ବିନୋଦ କାମ୍ବଲି ଓ ବିରାଟ କୋହଲିଙ୍କ ପରେ ତୃତୀୟ ଭାରତୀୟ ହୋଇଥିଲେ।
ବିଶାଖାପାଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଜୈସୱାଲ ୨୦୯ ରନ୍ କରିଥିଲେ। ଏହା ପରେ ସେ ରାଜକୋଟରେ ଦ୍ୱିତୀୟ ଇନିଂସରେ ଅପରାଜିତ ୨୧୫ ରନର ଚମତ୍କାର ପାଳି ଖେଳିଥିଲେ। ତାଙ୍କର ଏହି ଇନିଂସ୍ ସହାୟତାରେ ସେହି ଟେଷ୍ଟରେ ଇଂଲଣ୍ଡକୁ ରେକର୍ଡ ୪୩୪ ରନରେ ହରାଇ ଭାରତ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ରନ୍ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ଭାରତର ଏହା ସର୍ବବୃହତ ବିଜୟ ।
ରାଜକୋଟ ଟେଷ୍ଟରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିବା ଓ ପ୍ରଥମ ଇନିଂସରେ ୧୧୨ ରନର ପାଳି ଖେଳିଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ବ୍ୟାଟିଂ ମାନ୍ୟତାରେ ଉପରକୁ ଉଠିଛନ୍ତି। ସେ ୪୧ତମ ସ୍ଥାନରୁ ୩୪ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
ଏହାଛଡ଼ା ଜାଡେଜା ରାଜକୋଟ୍ ଟେଷ୍ଟରେ ୭ଟି ୱିକେଟ୍ ମଧ୍ୟ ନେଇଥିଲେ । ଫଳରେ ସେ ବୋଲିଂ ର଼୍ୟାଙ୍କିଙ୍ଗରେ ତିନୋଟି ସ୍ଥାନ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ରାଜକୋଟରେ ୫୦୦ ଟେଷ୍ଟ ୱିକେଟ୍ କ୍ଲବରେ ସାମିଲ ହୋଇଥିବା ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ସାଥୀ ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଟେଷ୍ଟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ଜାଡେଜା ଏବଂ ଅଶ୍ୱିନ ପ୍ରଥମ ଦୁଇଟି ସ୍ଥାନ ଅକ୍ତିଆର କରିଛନ୍ତିି। ଜାଡେଜା ୪୧୬ରୁ ୪୬୯ ପର୍ଯ୍ୟନ୍ତ କ୍ୟାରିୟରର ଶ୍ରେଷ୍ଠ ରେଟିଂ ସହ ଅଲରାଉଣ୍ଡର ତାଲିକାରେ ନିଜର ସ୍ଥାନ ସୁଦୃଢ କରିଛନ୍ତିି ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ମାନ୍ୟତାରେ ଗୋଟିଏ ପାଦ ଆଗେଇ ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି। ସେ ରାଜକୋଟରେ ପ୍ରଥମ ଇନିଂସରେ ୧୩୧ ରନ୍ କରିଥିଲେ।ଦ୍ବିତୀୟ ଇନିଂସରେ ୯୧ ରନ୍ କରିଥିବା ଶୁଭମାନ ଗିଲ ତିନୋଟି ସ୍ଥାନ ହାସଲ ସହ ୩୫ତମ ସ୍ଥାନରେ ରହିଛନ୍ତି।
ଡେବ୍ୟୁାଣ୍ଟ ସରଫରାଜ ଖାନ ଏବଂ ଧ୍ରୁଭ ଜୁରେଲ ଯଥାକ୍ରମେ ୭୫ ଓ ୧୦୦ତମ ସ୍ଥାନ ସହ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରବେଶ କରିଛନ୍ତି । ନିଜ ଡେବ୍ୟୁ ଟେଷ୍ଟରେ ସରଫରାଜ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ଯଦିଓ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ସିରିଜ ଖେଳୁନାହାଁନ୍ତି, ତଥାପି ସେ ଶ୍ରେଷ୍ଠ ୧୦ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ସପ୍ତମ ସ୍ଥାନରେ ଅଛନ୍ତି।
ଭିନ୍ନକ୍ଷମ ଅଭିନୟ କରି ଭିକ୍ଷା ମାଗୁଥିବା ଉତ୍ତରପ୍ରଦେଶର ୪ ବ୍ରହ୍ମପୁରରୁ ଗିରଫ
Next Articleପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକଙ୍କୁ ଡାକିଲେ ସରକାର, ଶାନ୍ତି ବଜାୟ ରଖିବାକୁ କଲେ ଅପିଲ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
