ଆଜି ଆସନ୍ତୁ ଜାଣିବା ତାଳି ମାରିବା ଦ୍ୱାରା ଶାରିରୀକ ଓ ମାନସିକ ସ୍ତରରେ ମିଳୁଥିବା ଫାଇଦା ସମ୍ବନ୍ଧରେ

ଆଜି ଆସନ୍ତୁ ଜାଣିବା ତାଳି ମାରିବା ଦ୍ୱାରା ଶାରିରୀକ ଓ ମାନସିକ ସ୍ତରରେ ମିଳୁଥିବା ଫାଇଦା ସମ୍ବନ୍ଧରେ :-

(କ) ଆମେମାନେ ସାଧାରଣତଃ ଦେଖିଥାଉ ଯେ ବୟସ୍କ ବ୍ୟକ୍ତିମାନେ ପାର୍କ ରେ ତାଳି ମାରି ଥାଆନ୍ତି । ସେମାନଙ୍କ ର ଏହି ତାଳି ମାରିବା ଆମକୁ ଆଶ୍ଚର୍ୟ୍ଯ କରିଥାଏ ସତ କିନ୍ତୁ ଏହାଦ୍ବାରା ଶାରିରୀକ ଓ ମାନସିକ ସୁସ୍ଥତା ମିଳିଥାଏ । ସକାଳୁ ତାଳି ମାରିବା ଦ୍ଵାରା ଶରୀରକୁ ଊର୍ଜl ମିଳିଥାଏ ।

(ଖ) ତାଳି ମାରିବା ଦ୍ଵାରା ମାନସିକ ଓ ଶାରିରୀକ ଶକ୍ତି ବୃଦ୍ଧି ହୋଇଥାଏ ଓ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ।ତାଳି ମାରିବା ଦ୍ଵାରା ମସ୍ତିଷ୍କ କୁ ଅଦ୍ଭୁତ ଲାଭ ମିଳିଥାଏ ।

(ଗ) ମାନସିକ ଓ ଶାରିରୀକ ଉତେଜନା ରେ ସାହାଯ୍ୟ କରିଥାଏ – ତାଳିମାରି ନିଜକୁ ମାନସିକ ଓ ଶାରିରୀକ ଭାବରେ ଉର୍ଜାବାନ୍ କରିବା ଖୁବ୍ ଫଳପ୍ରଦ । ଆପଣଙ୍କୁ ଏହା ସାରା ଦିନ ସକାରାତ୍ମକ ପ୍ରଭାବ ଦେଇଥାଏ । ଗବେଷକ ମାନଙ୍କ ମତରେ ଏହା ଆପଣଙ୍କୁ ବିଭିନ୍ନ ରୋଗ ଯେପରିକି ବେକ ଯନ୍ତ୍ରଣା , କିଡନୀ ରୋଗ , ଅଣ୍ଟା ବ୍ୟଥା ଓ ଲଙ୍ଗସ ସମସ୍ୟା ରୁ ଆରାମ ମିଳି ପାରିବ ।

(ଘ) ତାଳି ମାରିବା ଦ୍ଵାରା ରକ୍ତ ସଞ୍ଚାଳନ ଠିକ୍ ରେ ହୋଇଥାଏ – ଆପଣ ସକାଳୁ ବଜ୍ରାସନ ରେ ବସି ମଧ୍ୟ କରି ପାରିବେ । ଅଧିକ ଓଜନ ଥିବା ବ୍ୟକ୍ତି ମଧ୍ୟ ଏହାକୁ ବସି କରି ପାରିବେ । ଆପଣ ତାଳି ମାରି ହାଇପର ଟେନ୍ସନ୍ ରୁ ମଧ୍ୟ ଏହି ଉପାୟରେ ଦୂରେଇ ପାରିବେ ।

(ଓଂ) ତାଳି ଦ୍ଵାରା ସକାରାତ୍ମକ ଶକ୍ତିର ସଂଚାର – ଅନେକ ଗୁଡ଼ିଏ ସଭ୍ୟତା ରେ ତାଳି ମାରିବାକୁ ପ୍ରଶଂସା ଓ ପ୍ରୋତ୍ସାହନ ସହିତ ତୁଳନା କର ଯାଇ ଥାଏ । ତାଳି ମାରିବା ଦ୍ଵାରା ସକାରାତ୍ମକ ପ୍ରକ୍ରିୟା ଶରୀରରେ ସୃଷ୍ଟି ହୋଇଥାଏ ।

(ଚ) ଆପଣ ତାଳି ମାରିବା ସମୟରେ ଲକ୍ଷ କରିବେ ଏହା ଆପଣଙ୍କ ସମ୍ପୂର୍ଣ୍ଣ ଶରୀରକୁ ଆକ୍ଟିଭ୍ କରିଥାଏ । ଏହା ଆମକୁ ମାନସିକ ଭାରସାମ୍ୟ କୁ ଦୃଢ଼ କରିଥାଏ ।

Comments are closed.