ସୌମ୍ୟ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କ ଉପରେ ଲାଏ ଡିଟେକସନ ଟେଷ୍ଟ୍ , ୪ ଘଣ୍ଟା କାଳ ଟେଷ୍ଟରେ ୧୦୦ଟି ପ୍ରଶ୍ନ

ଭୁବନେଶ୍ୱର- ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ ହୋଇଛି । ଏହି ଟେଷ୍ଟ ପ୍ରାୟ ୪ ଘଣ୍ଟା କାଳ ଚାଲିଥିଲା । ଭୁବନେଶ୍ୱରର ରସୁଲଗଡ ଫରେନସିକ୍ ଲ୍ୟାବରେ ହୋଇଥିବା ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ ଟେଷ୍ଟରେ କ୍ରାଇମବ୍ରାଂଚର ୨ଟି ଟିମ ସାମିଲ ଥିଲେ । ୧୦୦ରୁ ଅଧିକ ପ୍ରଶ୍ନ ବିଦ୍ୟାଭାରତୀଙ୍କୁ ପଚରାଯାଇଥିବା ଜଣାପଡିଛି । ଗତ ଶନିବାର ଦିନ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କ ଲାଏ ଡିଟେକସନ ଟେଷ୍ଟ୍ କରାଯାଇଥିଲା ।

ଏ ବର୍ଷ ଜୁଲାଇ ୧୬ ତାରିଖ ରାତିରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଯାଇଥିଲା । ୧୩ ତାରିଖରେ ଗୁୁରୁତର ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲରେ ସୌମ୍ୟଙ୍କ ଦେହାନ୍ତ ହୋଇଯାଇଥିଲା । ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଥିଲା । ପରେ କ୍ରାଇମବ୍ରାଂଚକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସୌମ୍ୟଙ୍କ ପରିବାର ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି ।

Comments are closed.