ଭାରତରେ ନିଜ କୋଭିଡ୍ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କଲା ନୋଭାଭାକ୍ସ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ ନିର୍ମାତା ନୋଭାଭାକ୍ସ ଭାରତରେ ନିଜ କୋଭିଡ୍‌-୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଆବେଦନ ଦାଖଲ କରିଛି । ଭାରତରେ ନିଜ ପାର୍ଟନର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ମାଧ୍ୟମରେ ନୋଭାଭାକ୍ସ ଏହି ଆବେଦନ କରିଛି । ପୂର୍ବରୁ କୋଭିଶିଲ୍ଡ ଟିକା ଉତ୍ପାଦନ କରୁଥିବା ସେରମ୍ ଭାରତରେ ନୋଭାଭାକ୍ସ ଟିକା ମଧ୍ୟ ତିଆରି କରିବ ।

ଭାରତ ବ୍ୟତୀତ ନୋଭାଭାକ୍ସ ଇଣ୍ଡୋନେସିଆରେ ମଧ୍ୟ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି । ନିଜ ଟିକା ପାଇଁ ନୋଭାଭାକ୍ସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ମଧ୍ୟ ସ୍ୱୀକୃତି ଲୋଡ଼ିଛି ।

ଭାରତରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସହଭାଗିତାରେ ନୋଭାଭାକ୍ସ ନିଜ କୋଭିଡ୍ ଟିକାର ଉତ୍ପାଦନ ଓ ବିତରଣ କରିବ । ଏହି ଆମେରିକୀୟ କମ୍ପାନୀ ଦ୍ୱାରା ବିକଶିତ କୋଭିଡ୍ ଟିକା ‘କୋଭୋଭାକ୍ସ’ ଦୁଇ ଡୋଜ୍‌ରେ ମିଳିବ । କୋଭିଶିଲ୍ଡ ଠାରୁ ମଧ୍ୟ ଏହି ଟିକା ଆହୁରି ମହଙ୍ଗା ହେବ ବୋଲି ଜଣାପଡିଛି । ପୂର୍ବରୁ ନୋଭାଭାକ୍ସ ଦାବି କରିଥିଲା ଯେ, ଏହାର ଟିକା କୋଭିଡ୍‌-୧୯ର ବିଭିନ୍ନ ଭାରିଆଣ୍ଟ ଉପରେ ପ୍ରଭାବୀ ।

Comments are closed.