ରାଜ୍ୟରେ ସେତେଟା ପ୍ରଭାବ ପକାଇବ ନାହିଁ କୋରୋନାର ତୃତୀୟ ପ୍ରବାହ : ଆକ୍ରାନ୍ତ ହୋଇପାରନ୍ତି ୧୫ ପ୍ରତିଶତ ଶିଶୁ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ସମ୍ଭାବ୍ୟ ତୃତୀୟ ଲହରୀ ସେତେଟା ପ୍ରଭାବ ପକାଇବା ଆଶଙ୍କା କମ୍ । କିନ୍ତୁ ତୃତୀୟ ପ୍ରବାହରେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହୋଇପାରନ୍ତି । ଆଉ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସରଞ୍ଜାମ, ମାନବସମ୍ବଳ, ତାଲିମ ଉପରେ ଫୋକସ ରହିଛି । ଆଜିଠାରୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଆଗଧାଡିର କୋରୋନା ଯୋଦ୍ଧା, ଅଙ୍ଗନବାଡି, ଆଶାକର୍ମୀମାନଙ୍କର ତାଲିମ ଶେଷ ହୋଇଛି । ହସପିଟାଲ ଫ୍ୟାସିଲିଟିରେ ଯେଉଁମାନେ ସଂପୃକ୍ତ, ସେମାନଙ୍କ ପାଇଁ ୬ଟି ବ୍ୟାଚରେ ତାଲିମ ଆରମ୍ଭ ହୋଇଛି । ଆଗକୁ ଶିଶୁମାନେ ଯଦି ସଂକ୍ରମିତ ହୁଅନ୍ତି, ସେମାନେ କିପରି ସଠିକ ଚିକିତ୍ସା ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଟିକାକରଣକୁ ନେଇ ସେ କହିଛନ୍ତି ଯେ, ମିଶ୍ର ଟିକା ଦିଆଯିବା ବାବଦରେ କୌଣସି ସୁପାରିଶ ଆସିନାହିଁ । ବୈଜ୍ଞାନିକମାନଙ୍କ ସମ୍ମତି ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ।

Comments are closed.