ଧାନବାଦ ଜଜ୍ ହତ୍ୟା ମାମଲା:ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କରିବେ ସିବିଆଇ ତଦନ୍ତର ତଦାରଖ

ନୂଆଦିଲ୍ଲୀ: ଧାନବାଦ୍ ଜଜ୍ ଉତ୍କଳ ଆନନ୍ଦଙ୍କ ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରତି ସପ୍ତାହରେ ସିବିଆଇ ତଦନ୍ତର ତଦାରଖ କରିବେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବନ୍ଦ ଲଫାପାରେ ସିବିଆଇର ଷ୍ଟାଟସ୍ ରିପୋର୍ଟ ଯଥେଷ୍ଟ ନୁହେଁ ଏବଂ ବିଚାରପତିଙ୍କ ସୁରକ୍ଷାକୁ ନେଇ କୋର୍ଟ ବହୁତ ଚିନ୍ତିତ ଅଛନ୍ତି। ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଧାନବାଦ୍ ବିଚାରପତିଙ୍କ ହତ୍ୟା ଘଟଣାରେ ସିବିଆଇ ଯାଞ୍ଚର ତଦାରଖ କରିବେ।

ପ୍ରଧାନ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ ଭିନୀତ ଶରନ ଏବଂ ସୂର୍ଯ୍ୟ କାନ୍ତଙ୍କ ଏକ ଖଣ୍ଡପୀଠ ସିବିଆଇକୁ ହାଇକୋର୍ଟରେ ସାପ୍ତାହିକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏହି ତଦନ୍ତର ତଦାରଖ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କରିବେ । ଜୁଲାଇ ୨୮ରେ ଧାନବାଦରେ ଅଟୋ ଚଢାଇ ଜଣେ ବିଚାରପତିଙ୍କ ହତ୍ୟାର ମାମଲାର ସିବିଆଇ ତଦନ୍ତ କରୁଛି।

Comments are closed.