ଆମ ଶରୀର ଚର୍ଚ୍ଚା : ଯୋଗ | News Room Odisha

ଆମ ଶରୀର ଚର୍ଚ୍ଚା : ଯୋଗ

ମସ୍ତିଷ୍କ ( Brain ) – ଶରୀରର ରାଜା ହେଉଛି ମସ୍ତକ ( head) । ଏହି ମସ୍ତକ ମଧ୍ୟରେ ଏକ ତ୍ରିଭୂଜ ଆକୃତିର ଶକ୍ତ ତନ୍ତୁମୟ ଥଳିର ଆବରଣ ଭିତରେ ରହିଛି ମସ୍ତିଷ୍କ ( Brain )। ଏହା ହେଉଛି ଏକ ସ୍ନାୟୁ କେନ୍ଦ୍ର ( Nerve Center ) । ଶରୀରର ସମସ୍ତ ଅନୁଭୂତି, ଅନୁଭୂତି ପ୍ରଦାୟିନୀ ସ୍ନାୟୁ ( Senry Nerve ) ଦ୍ୱାରା ମସ୍ତିଷ୍କକୁ ଆସିଥାଏ। କ୍ରିୟା ବିଧାୟିନୀ ସ୍ନାୟୁ ( Moter Nerve) ଦ୍ୱାରା ମସ୍ତିଷ୍କ ତାର ଆଦେଶ ସମସ୍ତ ସର୍ବାଙ୍ଗକୁ ପ୍ରେରଣ କରିଥାଏ। କହିବାକୁ ଗଲେ ଶରୀରର ସମସ୍ତ କ୍ରିୟା ମସ୍ତିଷ୍କ ଦ୍ୱାରା ପରିଚାଳିତ ହୋଇଥାଏ।

ମସ୍ତିଷ୍କ ର ପୃଥକ ପୃଥକ ଅଂଶ ଭିନ୍ନ ଭିନ୍ନ ସ୍ନାୟୁ ଦ୍ୱାରା କାର୍ଯ୍ୟ ନିର୍ବାହ କରିଥାନ୍ତି। କିଏ ଶ୍ରବଣ ଶକ୍ତି ପାଇଁ କାମ କରେ ତ କିଏ ବାକ ଶକ୍ତି ପାଇଁ କାମ କରିଥାଏ। ବର୍ହି ଦୃଷ୍ଟି, ଅନ୍ତର୍ଦୃଷ୍ଟି, ସଂଚାଳନ ଶକ୍ତି, ଘ୍ରାଣ ଶକ୍ତି ପ୍ରଭୁତି ଅନେକ କାର୍ଯ୍ୟ ମସ୍ତିଷ୍କ ସୁଚାରୁରୂପେ ସମ୍ପାଦନ କରିଥାଏ। ରକ୍ତଚାପ ର ବୃଦ୍ଧି, ଅତ୍ୟଧିକ ଭୟ କିମ୍ବା ଆନନ୍ଦ, ଆଘାତ, ମଦ୍ୟପାନ, ଅତ୍ୟଧିକ ମାନସିକ ପରିଶ୍ରମ, ବାରମ୍ବାର ଦୁଶ୍ଚିନ୍ତା ପ୍ରଭୁତି ବିଭିନ୍ନ କାରଣରୁ ମସ୍ତିଷ୍କ ବିକୃତି ଘଟି ପକ୍ଷାଘାତ, କ୍ଷୟ, ସନ୍ୟାସ ଉନ୍ମାଦ ( Hysteria) ପ୍ରଭୁତି ରୋଗ ସୃଷ୍ଟି ହୋଇଥାଏ।

Yoga