ଆକ୍ରମଣରେ ଯୁବକଙ୍କ ଜୀବନ ଗଲା | News Room Odisha

ଆକ୍ରମଣରେ ଯୁବକଙ୍କ ଜୀବନ ଗଲା

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ଖଜାପଲ୍ଲୀ ଠାରେ ଯୁବକଙ୍କୁ ହତ୍ୟା। ବିପକ୍ଷ ଗୋଷ୍ଠୀର ଯୁବକମାନେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିବାରୁ ଜିତେନ୍ଦ୍ର ସ୍ବାଇଁ ନାମକ ଯୁବକ ପ୍ରାଣ ହରାଇଛନ୍ତି। ମୃତକଙ୍କ ଘର ନିକଟସ୍ଥ ଦେଓଗାଁ ଅଟେ। ଆଜି ସକାଳେ ଜିତେନ୍ଦ୍ର ଖଜାପଲ୍ଲୀ ଯାଇଥିବା ବେଳେ ପୂର୍ବରୁ ଏହା ଜାଣିପାରି ଛକି ରହିଥିବା ସଂଘବଦ୍ଧ ଆକ୍ରମଣ କରିଥିଲେ। ଜିତେନ୍ଦ୍ରଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।