ଦ୍ବିତୀୟ ଟେଷ୍ଟ: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଠାକୁରଙ୍କ ସ୍ଥାନରେ ଭାରତୀୟ ଦଳରେ ଇଶାନ୍ତ ସାମିଲ

ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଇନିଂସ ଓପନ୍ କରିଛନ୍ତି।

ଭାରତ ନିଜ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଇଶାନ୍ତ ଶର୍ମାଙ୍କୁ ସାମିଲ କରାଯାଇଛି। ଇଂଲଣ୍ଡ ଦଳରେ ମଧ୍ୟ ୩ଟି ପରିବର୍ତ୍ତନ କରାଯାଇଛି। ହସିବ ହମିଦ, ମୋଇନ ଅଲି ଏବଂ ମାର୍କ ଉଡ୍ ସୁଯୋଗ ପାଇଛନ୍ତି। ଡନ୍ ଲରେନ୍ସ, ଜ୍ୟାକ୍ କ୍ରଲି ଏବଂ ଷ୍ଟୁଆର୍ଟ ବ୍ରଡ୍ ବାଦ୍ ହୋଇଛନ୍ତି। ବ୍ରଡ ଆହତ ହୋଇଥିବାରୁ ସିରିଜର ଅବଶିଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ଇଂଲଣ୍ଡ ପାଇଁ ଖୁସି ଖବର ହେଉଛି ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଫିଟ୍ ଘୋଷିତ ହୋଇ ଖେଳୁଛନ୍ତି।
ନଟିଂହାମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଡ୍ର ରହିଥିଲା ।

ଇଂଲଣ୍ଡ: ଜୋ ରୁଟ୍ (କ୍ୟାପଟେନ), ଡୋମିନିକ୍ ସିବିଲି, ରୋରୀ ବର୍ନସ୍, ମୋଇନ୍ ଅଲି, ଜନି ବେୟାରଷ୍ଟୋ, ହାସିବ ହାମିଦ, ଜୋସ୍ ବଟଲର, ସାମ୍ କୁରାନ୍, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍, ଓଲି ରବିନ୍ସନ୍ |

ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (କ୍ୟାପଟେନ), ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରା।

Comments are closed.