ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ରଥ ଗିରଫ

ଭୁବନେଶ୍ୱର-ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରାଯାଇଛି । ଅର୍ଥନୈତିକ ଅପରାଧ ଶାଖା ପ୍ରକାଶଙ୍କୁ ଗିରଫ କରିଛି । କାର୍ଯ୍ୟରତ ଥିବା ବେଳେ ପ୍ରକାଶ ଅଯୋଗ୍ୟ ପିଲାଙ୍କୁ ସ୍କଲାରସିପ୍ ପ୍ରଦାନ କରିଥିଲେ । ୨୩୫ ଅଯୋଗ୍ୟ ପିଲାଙ୍କୁ ୩୬ ଲକ୍ଷ ୧୦ ହଜାର ଟଙ୍କା ସେ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଉଚ୍ଚ ଶିକ୍ଷା ବିଭାଗର ସୁପାରିଶ ପରେ ଅର୍ଥନୈତିକ ଅପରାଧ ଶାଖା ମାମଲାର ତଦନ୍ତ କରି ପ୍ରକାଶଙ୍କୁ ଗିରଫ କରିଛି ।

Comments are closed.