ଜଗତସିଂପୁର ଜିଲ୍ଲାରେ ୨୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଜଗତସିଂପୁର ଜିଲ୍ଲାରେ ୨୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜଗତସିଂହପୁର ଜିଲ୍ଲାରେ ୨୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂଧ୍ୟା ୫ଟାରେ ଭର୍ଚୁଆଲ ମାଧ୍ୟମରେ ଏସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୨୯ଟି ପ୍ରକଳ୍ପ ପାଇଁ ୨୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରକଳ୍ପ ମଧ୍ୟରେ ତଳ କୁସୁମା ଲଙ୍କାପଡା ମଧ୍ୟରେ ପାଇକା ନଦୀ ଉପରେ ଉଚ୍ଚ ସେତୁ, ପାରାଦୀପରେ ସ୍ୱତନ୍ତ୍ର ସର୍କିଟ ହାଉସ ଓ ଶିଳ୍ପ ତାଲିମ କେନ୍ଦ୍ର ସହ ରଘୁନାଥପୁର ଓ ଏରସମାଠାରେ ଆଦର୍ଶ ବିଦ୍ୟାଳୟ ପ୍ରମୁଖ ସାମିଲ ରହିଛି ।