କାବୁଲରୁ ୧୫୦ ଭାରତୀୟଙ୍କୁ ଫେରାଇ ଆଣିଲା ବାୟୁସେନା ବିମାନ | News Room Odisha

କାବୁଲରୁ ୧୫୦ ଭାରତୀୟଙ୍କୁ ଫେରାଇ ଆଣିଲା ବାୟୁସେନା ବିମାନ

ଜାମନଗର: ଆଫଗାନିସ୍ତାନର ରାଜଧାନୀ କାବୁଲରୁ ୧୫୦ ଭାରତୀୟଙ୍କୁ ନେଇ ବାୟୁସେନା ସି-୧୭ ବିମାନ ସ୍ବଦେଶ ଫେରିଛି। କାବୁଲରୁ ବାୟୁସେନାର ଏହି ବିମାନ ଗୁଜୁରାଟର ଜାମନଗରରେ ଅବତରଣ କରିଛି। ଏବେ ବି ଅନେକ ଭାରତୀୟ କାବୁଲରେ ଫସି ରହିଛନ୍ତି।

ଏହାପୂର୍ବରୁ ଭାରତୀୟ ବାୟୁସେନାର ସି-୧୭ ବିମାନ ଆଫଗାନିସ୍ତାନର କିଛି କର୍ମଚାରୀଙ୍କ ସହ ସୋମବାର ସ୍ବଦେଶ ଫେରିଥିଲା ଏବଂ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟରେ କୂଟନୀତିଜ୍ଞଙ୍କ ସହ ପ୍ରାୟ ୧୫୦ ଭାରତୀୟ ନାଗରିକଙ୍କୁ ଭାରତ ଅଣାଯାଇଛି। ଜାମନଗର ଏୟାରବେସରେ ପହଞ୍ଚିବା ମାତ୍ରେ ସେମାନେ ‘ଭାରତ ମାତା କି ଜୟ’ ଏବଂ ‘ବନ୍ଦେ ମାତରାମ’ର ସ୍ଲୋଗାନ ଦେଇଥିଲେ।