ରାଜ୍ୟସଭାରେ ପୁରୁଷ ମାର୍ଶଲ ଧସ୍ତାଧସ୍ତି କରିଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ କଂଗ୍ରେସର ମହିଳା ସାଂସଦ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ବେଳେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖବାକୁ ମିଳିଥିଲା। ରାଜ୍ୟସଭାରେ ପୁରୁଷ ମାର୍ଶଲ ସେମାନଙ୍କୁ ଧସ୍ତାଧସ୍ତି କରିଥିବା ଅଭିଯୋଗ ଆଣି କଂଗ୍ରେସ ରାଜ୍ୟସଭା ସାଂସଦ ଛାୟା ବର୍ମା ଏବଂ ଫୁଲୋ ଦେବୀ ନେତମ ଆଜି ଏକ ସାମ୍ବାଦିକ ସମ୍ମିଳନୀ ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି । ପୁରୁଷ ମାର୍ଶଲମାନେ ସେମାନଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସମ୍ବିଧାନ ୧୨୭ତମ ସଂଶୋଧନ ବିଲ୍ ୨୦୨୧ ପାରିତ ହେବା ମାତ୍ରେ ରାଜ୍ୟସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା। କିଛି ମିନିଟ ମଧ୍ୟରେ ଗୃହରେ ବିରୋଧୀ ସାଂସଦଙ୍କ ପ୍ରବଳ ହୋହଲ୍ଲା ଯୋଗୁଁ ପରିବେଶ ସରଗରମ ହୋଇଥିଲା। ସାଧାରଣ ବୀମା ବ୍ୟବସାୟ (ଜାତୀୟକରଣ) ସଂଶୋଧନ ବିଲ୍ ର କପି ଚିରି ଦିଆଯାଇଥିଲା । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପରେ ବହୁ ସଂଖ୍ୟକ ମାର୍ଶଲଙ୍କୁ ଡକାଯାଇଥିଲା | ମାର୍ଶାଲମାନେ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ଏହି ଦୁଇ ମହିଳା ସାଂସଦ ।

ବିରୋଧୀ ଦଳ ୧୨୭ତମ ସଂଶୋଧନ ବିଲ୍ କୁ ଚୟନ କମିଟିକୁ ପଠାଇବାକୁ ଦାବି କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ । ଏହି ବିଲ୍ ଗୃହରେ ରଖିବା ମାତ୍ରେ ସାଂସଦମାନେ ବିରୋଧ ଆରମ୍ଭ କରି ବିଲ୍‌ର କପି ଚିରି ଦେଇଥିଲେ। ଏହା ପରେ ସେହି ସମୟରେ ଗୃହର ଅଧ୍ୟକ୍ଷତା କରୁଥିବା ସସ୍ମିତ ପାତ୍ରଙ୍କ ଉପରେ କାଗଜ ଫିଙ୍ଗିଥିଲେ।

Comments are closed.