କାଲିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦିଅଁ ଦର୍ଶନ

ପୁରୀ – ଆସନ୍ତାକାଲିଠାରୁ ସର୍ବସାଧାରଣ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କୋରୋନା ଯୋଗୁଁ ତିନି ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ଏହି ମାସ ୧୩ ତାରିଖରେ ଶ୍ରୀମନ୍ଦିର ପୁଣି ଶ୍ରଦ୍ଧାଳୁଙ୍କ ଲାଗି ଖୋଲିଥିଲା । ପ୍ରଥମେ ଦୁଇଦିନ କେବଳ ସେବାୟତଙ୍କ ପରିବାର ଦର୍ଶନ କରିଥିଲେ । ଏହି ମାସ ୧୬ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ଦିଅଁ ଦର୍ଶନ କରିଥିଲେ । ଗତକାଲି ଓ ଆଜି ସପ୍ତାହାନ୍ତ ସଟ୍‌ଡାଉମ ଯୋଗୁଁ ମନ୍ଦିର ବନ୍ଦ ରହିଛି । ଆସନ୍ତାକାଲିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । କୋଭିଡ କଟକଣା ମାନି ଭକ୍ତମାନେ ଦିଅଁ ଦର୍ଶନ କରିବେ । ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଭକ୍ତମାନେ ଦର୍ଶନ କରିପାରିବେ । ଭକ୍ତମାନେ କୋଭିଡ ନେଟେଟିଭ ଆରଟିପିସିଆର୍ ରିପୋର୍ଟ ବା ଦୁଇ ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ । ପର୍ବପର୍ବାଣୀ ଦିନ ଭକ୍ତମାନଙ୍କୁ ମନ୍ଦିରକୁ ଛଡା ଯିବ ନାହିଁ । ପରବର୍ତ୍ତୀ ଆଦେଶ ଯାଏଁ ମନ୍ଦିର ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ।

Comments are closed.