କୋରୋନାର ତୃତୀୟ ଲହର ପ୍ରଭାବ ଦ୍ୱିତୀୟ ଭଳି ହେବ ନାହିଁ : ଡିଏମଇଟି

ଭୁବନେଶ୍ୱର- କୋରୋନାର ତୃତୀୟ ଲହର ଆସିଲେ ବି ଏହାର ପ୍ରଭାବ ଦ୍ୱିତୀୟ ଲହର ଭଳି ହେବ ନାହିଁ । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଯଦି ଭାଇରସ ରୂପ ବଦଳାଏ, ତାହା ହେଲେ ପ୍ରଭାବ ଅଧିକ ରହିପାରେ । ଯଦି ରୂପ ନ ବଦଳାଏ, ତାହା ହେଲେ ପ୍ରଭାବ ଏତେଟା ରହିବ ନାହିଁ ବୋଲି ଡିଏମଇଟି କହିଛନ୍ତି । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଆଇଆଇଟି କାନପୁର ସୂତ୍ର ଅନୁସାରେ ଓଡିଶାରେ ତୃୃତୀୟ ଲହର କୋରୋନାର ବିଶେଷ ପ୍ରଭାବ ରହିବ ନାହିଁ । କିନ୍ତୁ ମଡେଲ ଯାହା କହୁ ନା କାହିଁକି , ସମ୍ଭାବ୍ୟ ତୃତୀୟ ପ୍ରବାହର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Comments are closed.