କୋରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ସ୍ୱାସ୍ଥ୍ୟ ବିଭାଗର ଦ୍ୱିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି

ଭୁବନେଶ୍ୱର- କୋରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦେଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଜରୁରୀକାଳିନ ଭିତ୍ତିରେ କୋଭିଡ ଚିକିତ୍ସା କରାଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ଦ୍ୱିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି କରିଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପରିମାଣର ଟେଷ୍ଟ କିଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀ ସେବା ପାଇଁ ୮ ପ୍ରକାର ଔଷଧ ସହ ଅକ୍ସିଜେନ ମହଜୁଦ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆବଶ୍ୟକ ସଂଖ୍ୟକ ଆଇସିୟୁ ବେଡ୍ ରଖିବାକୁ ପରାମର୍ଶ ଦିଆଯାଇଛି । ଶେଷବର୍ଷ ଡାକ୍ତରୀ ଛାତ୍ରଛାତ୍ରୀ ବି ଚିକିତ୍ସା କରିପାରିବେ । ତଦାରଖ ପାଇଁ ଜଣେ ଡାକ୍ତରଙ୍କୁ ୨ଟି ଜିଲ୍ଲା ଦାୟିତ୍ୱ ଦିଆଯିବ । ସବୁ ହସପିଟାଲରେ ଆମ୍ବୁଲାନ୍ସ ସେବା ବ୍ୟବସ୍ଥିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।

Comments are closed.