୭୫ ଦିନ ଯାଏଁ ରାଜ୍ୟରେ ରହିବ ସମ୍ଭାବ୍ୟ ତୃତୀୟ ଲହରର ପ୍ରକୋପ, ଶୀର୍ଷ ସଂକ୍ରମଣ ୧୯ ହଜାର ଛୁଇଁପାରେ

ଭୁବନେଶ୍ୱର – ସମ୍ଭାବ୍ୟ ତୃତୀୟ ଲହର ଆସିଲେ ତାହାର ପ୍ରକୋପ ୭୫ ଦିନ ଯାଏଁ ରହିପାରେ । ତୃତୀୟ ଲହର ଶୀର୍ଷରେ ପହଂଚିଲାବେଳକୁ ଓଡିଶାରେ ଦୈନିକ ସଂକ୍ରମଣ ୧୯ ହଜାର ରହିପାରେ । ପ୍ରତିଦିନ ହାରାହାରି ୧୦ ହଜାର ପଜିଟିଭ ବାହାରିପାରନ୍ତି । କେନ୍ଦ୍ରର ସତର୍କ କଲା ପରେ ଏଥିପାଇଁ ୨୦୨୨ ମାର୍ଚ୍ଚ ଯାଏଁ ପ୍ରସ୍ତୁତ ରହିବାକୁ ହେବ ବୋଲି ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ର ।

ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଇମର୍ଜେନସି କୋଭିଡ ରେସପନ୍ସ ପ୍ଲାନ ୨୦୨୧-୨୨ ଅନୁସାରେ କୋଭିଡ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି । ତୃତୀୟ ଲହରରେ ୨୩ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସପିଟାଲ୍ ଚିକିତ୍ସା ଆବଶ୍ୟକ ପଡିବ । ୨୨ ହଜାର ୯୮୮ ଜଣ ବା ୩ ପ୍ରତିଶତଙ୍କ ପାଇଁ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୫ ପ୍ରତିଶତ ଅର୍ଥାତ ୩୮ ହଜାର ୩୧୪ ଜେନେରାଲ୍ ବେଡ୍ ଆବଶ୍ୟକ ହୋଇପାରେ । ସୂଚନାଯୋଗ୍ୟ ଯେ, କୋରୋନାର ଦ୍ୱିତୀୟ ଲହର ବେଳେ ଓଡିଶାରେ ମେ ୨୨ ତାରିଖରେ ସର୍ବାଧିକ ୧୨ ହଜାର ୮୫୨ ସଂକ୍ରମଣ ମାମଲା ଆସିଥିଲା ।

Comments are closed.