ଅଭିନେତା ବବି ମିଶ୍ରଙ୍କ ବିରୋଧରେ ପଡୋଶୀଙ୍କ ସଂଗୀନ ଅଭିଯୋଗ

ଭୁବନେଶ୍ୱର- ଅଭିନେତା ବବି ମିଶ୍ରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି । ମଦ ପିଇ ତାଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗରେ ନୟାପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି ପଡୋଶୀ ତପି ମିଶ୍ର । ପଡୋଶୀଙ୍କ ଅଭିଯୋଗ ଅନୁସାରେ ମଦ ନିଶାରେ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ୍ ଧରୁଛନ୍ତି ବବି । ବବି ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଅଭିଯୋଗ କରୁଥିବା ବ୍ୟକ୍ତି ତାଙ୍କର ଘନିଷ୍ଠ । କିଛି ରାଗରୁଷାକୁ ନେଇ ଏଭଳି ସମସ୍ୟା ଘଟିଥିବା ବବି ମିଶ୍ର କହିଛନ୍ତିା ଗତକାଲି ଗାଡି ପାର୍କିଂକୁ ନେଇ ପଡୋଶୀ ଓ ତାଙ୍କ ସାନଭାଇଙ୍କ ଭିତରେ ଝଗଡା ହୋଇଥିଲା । ପୋଲିସ ଉଭୟଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିବା ଜଣାଯାଇଛି ।

Comments are closed.