ଆଜି ବ୍ରଜମଣ୍ଡଳ ପରିକ୍ରମାରେ ,ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ବଜ୍ରନାଭଙ୍କ ସ୍ଥାପିତ ଗ୍ରାମ ' ଦତିହା ' | News Room Odisha

ଆଜି ବ୍ରଜମଣ୍ଡଳ ପରିକ୍ରମାରେ ,ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ବଜ୍ରନାଭଙ୍କ ସ୍ଥାପିତ ଗ୍ରାମ ‘ ଦତିହା ‘

ଦତିହା : ମଥୁରାର ଦ୍ୱାଦଶ ବନ ମଧ୍ୟରୁ ‘ଦତିହା’ ଏକ ଉପଵନ ଅଟେ। କୁମୁଦବନର ପଞ୍ଚ ମାଇଲ ଉତ୍ତରରେ ଏହା ଅବସ୍ଥିତ। ଭଗବାନ ଶ୍ରୀକୃଷ୍ଣ ଏହି ସ୍ଥାନରେ ଦନ୍ତବକ୍ରକୁ ବଦ୍ଧ କରିଥିଲେ। ଦନ୍ତବକ୍ର ଶିଶୁପାଳଙ୍କ ଭାଇ। ଦନ୍ତବକ୍ରର ମାତା ଶ୍ରୀ ବସୁଦେବଙ୍କ ଭଗ୍ନୀ ଥିଲେ। ଶିଶୁପାଳ ବଦ୍ଧ ପରେ ଦନ୍ତବକ୍ର ଶ୍ରୀକୃଷ୍ଣଙ୍କ ପ୍ରତି ବୈରୀ ଆଚରଣ କରି ମାରିବାକୁ ଉଦ୍ୟତ ହୁଅନ୍ତେ ଭଗବାନ ଶ୍ରୀକୃଷ୍ଣ ତାକୁ ଗଦା ପ୍ରହାର କରି ବଦ୍ଧ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ବଜ୍ରନାଭ ଏହି ସ୍ଥାନରେ ‘ ଦତିହା ‘ ଗ୍ରାମ ପ୍ରତିଷ୍ଠା କରି ଭଗବାନଙ୍କୁ ଆରାଧନା କରି ଦର୍ଶନ ପାଇଥିଲେ। ଏହି ଉପବନ ନିକଟରେ ରହିଛି ‘ଆୟୋରେ’ ନାମକ ଏକ ସ୍ଥାନ।

‘ଆୟୋରେ’ : ଏହାର ଅର୍ଥ ‘ ଆସ ରେ’। କୁରୁକ୍ଷେତ୍ରେରେ ପ୍ରିୟଜନଙ୍କୁ ବିଦାୟ ଦେବା ସମୟରେ ଶ୍ରୀକୃଷ୍ଣ ମଥୁରା ପୁନର୍ବାର ଆସିବାକୁ ବ୍ରଜଜନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଦନ୍ତବକ୍ରକୁ ବଦ୍ଧ କରି ସିଏ ଏହି ସ୍ଥାନକୁ ବ୍ରଜବାସୀମାନଙ୍କୁ ଦେଖା କରିବାକୁ ଆସିଥିଲେ। ଉତ୍କଣ୍ଠିତ ଗୋପ-ଗୋପିଗଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ଆନନ୍ଦରେ ବିହ୍ଵଳିତ ହୋଇ ବ୍ରଜବୋଲି ଭାଷାରେ ଆୟୋରେ’ ଆୟୋରେ’ ବୋଲି ଚିତ୍କାର କରିବାକୁ ଲାଗିଲେ। ବ୍ରଜର ପ୍ରତୀଘରେ ଆନନ୍ଦର ଲହରୀ ଖେଳିଗଲା। ଏହି ଡାକରେ ଏତେ ଅତ୍ମୀୟତା ଥିଲା ଯେ ସେ ସ୍ଥାନର ନାମ ‘ଆୟୋରେ’ ହୋଇଗଲା।
.. …. କ୍ରମଶଃ