ବିଜେପୁର ବିଡିଓଙ୍କ ଭଡା କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା, ଭିଜିଲାନ୍ସ କରୁଛି ପଚରାଉଚରା

ବରଗଡ- ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବରଗଡ ଜିଲ୍ଲା ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ । ଏକ ଭଡା କାରରେ ଲକ୍ଷାଧିକ ଟଙ୍କା ନେଇ ଭୁବନେଶ୍ୱର ସ୍ଥିତ ତାଙ୍କ ଘରକୁ ଯାଉଥିବା ଖବର ସୋନପୁର ଭିଜିଲାନ୍ସ ବିଭାଗ ପାଖରେ ପହଂଚିଥିଲା । ଭିଜିଲାନ୍ସର ଏକ ଟିମ୍ ବିନିକା ସେତୁ ନିକଟରେ ତାଙ୍କୁ ଅଟକାଇବା ସହ କାରରୁ ଯାଂଚ କରିଥିଲେ । କାରରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ଜବତ କରାଯାଇଛି । ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ବିଡିଓ ଦେଇ ପାରି ନ ଥିଲେ । ତାଙ୍କୁ ସୋନପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଟକ ରଖାଯିବା ସହ ପଚରାଉଚରା କରାଯାଉଛି ।

Comments are closed.