ଦୁଇ ଦିନ ପରେ ସରୁଛି ଅଗଷ୍ଟର କୋରୋନା ଗାଇଡଲାଇନ୍‌, ସେପଟେମ୍ବର ଗାଇଡଲାଇନ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର- ସାରା ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ସମସ୍ତଙ୍କର ନଜର ସରକାରଙ୍କ ସେପଟେମ୍ବର ଗାଇଲାଇନ ଉପରେ । ସେପଟେମ୍ବର ୧ରେ ଶେଷ ହେଉଛି ଅଗଷ୍ଟର କୋରୋନା ନିୟନ୍ତ୍ରଣ ଗାଇଡଲାଇନ୍ । କଟକଣା ଆହୁରି କୋହଳ ହେବ ନା ବର୍ତ୍ତମାନର ସ୍ଥିତି ବଜାୟ ରହିବ, ସେ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଆଗକୁ ପାର୍ବଣ ଆସୁଥିବାରୁ ସେପଟେମ୍ବରରେ କଟକଣା ସେତେଟା କୋହଳ ହୋଇ ନ ପାରେ । ତେବେ, ସଂକ୍ରମଣ କମିଥିବାରୁ କଟକ, ଭୁବନେଶ୍ୱର ଓ ପୁରୀ ସହରରୁ ସପ୍ତାହାନ୍ତ ସଟଡାଉନ ହଟାଯାଇପାରେ । ସାରାରାଜ୍ୟରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଅବଶ୍ୟ ନାଇଟ କର୍ଫ୍ୟୁ ଅବଧି ହ୍ରାସ କରିପାରନ୍ତି ସରକାର । ରାଜ୍ୟ ସରକାର ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସେପଟେମ୍ବର ମାସର କୋରୋନା ଗାଇଡଲାଇନ ଘୋଷଣା କରିପାରନ୍ତି ।

Comments are closed.