ଭୁବନେଶ୍ୱରରେ କାଲିଠାରୁ ଦୁଇଦିନିଆ ସେରୋ ସର୍ଭେ

ଭୁବନେଶ୍ୱର- ରାଜଧାନୀରେ କାଲିଠାରୁ ଆରମ୍ଭ ହେବ ସେରୋ ସର୍ଭେ । ସର୍ଭେ ଦୁଇ ଦିନ ଧରି ହେବ । ବିଭିନ୍ନ ବୟସ ବର୍ଗର ୨ ଶହ ଲୋକଙ୍କ ନମୁନା ସଂଗ୍ରହ କରିବ ଆଇସିଏମଆର୍ । ବିଭିନ୍ନ ବର୍ଗର ଆଂଟିବଡି ତୁଳନା କରିବା ହେଉଛି ଏହି ସେରୋ ସର୍ଭେର ଉଦ୍ଦେଶ୍ୟ । ଆଇସିଏମଆର୍ ଏଥର ରାଜ୍ୟରେ ଖୋର୍ଦ୍ଧା ସମେତ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରୁଛି । ୧୨ଟି ଜିଲ୍ଲାରୁ ୬ ହଜାର ୬୮୦ ସାଧାରଣ ଲୋକଙ୍କ ନମୁନା ସଂଗ୍ରହ କରାଯିବ । ପ୍ରତି ଜିଲ୍ଲାରୁ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କ ନମୁନା ବି ସଂଗ୍ରହ କରାଯିବ । ସେପଟେମ୍ବର ୧୫ ଯାଏଁ ଚାଲିବ ସେରୋ ସର୍ଭେ ।

Comments are closed.