ଜାଲ୍ କାଗଜପତ୍ର ଦେଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଟଙ୍କା ଉଠେଇ ଉଦ୍ୟମ ପଣ୍ଡ, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ଠକେଇ ଉଦ୍ୟମ ପଣ୍ଡ କରିଛି ପୋଲିସ । ଏହି ଘଟଣରେ ଜଣକୁ ଗିରଫ କରାଯାଇଛି । ସେ ହେଉଛି ଦିଲୀପ ବେହେରା ଯିଏ କି ଆମ୍ରି ହସପିଟାଲର ଦଲାଲ୍ । ଜାଲ କାଗଜପତ୍ର ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଟଙ୍କା ଠକିବା ପାଇଁ ଦିଲୀପ ବେହେରା ଉଦ୍ୟମ କରୁଥିଲା । ଚିକିତ୍ସିତ ହୋଇ ନ ଥିବା ଲୋକଙ୍କ ନାଁରେ ଏକ ଘରୋଇ ହସପିଟାଲର ଜାଲ କାଗଜପତ୍ର ଜରିଆରେ ୫ ଲକ୍ଷ ଟଙ୍କା ନେବା ପାଇଁ ଉଦ୍ୟମ ହୋଇଥିଲା । ଦିଲୀପ ବେହେରା ୪୦ ପ୍ରତିଶତ କମିଶନରେ ଦଲାଲି କରୁଥିଲା । ତିନି ଜଣଙ୍କ ଫେକ୍ ଆଇଡି ନେଇ ରିଲିଫ ପାଣ୍ଠିରୁ ଟଙ୍କା ଠକି ନେବା ପାଇଁ ସେ ଉଦ୍ୟମ କରିଥିଲା ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ଅନ୍ୟ ୫ ଜଣଙ୍କୁ ଅଟକ ରକି ପଚରାଉଚରା କରୁଛି ପୋଲିସ ।

Comments are closed.