କଟକ- କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି କରିଛି ମହାନଗର ନିଗମ । ଗାଇଡଲାଇନ ଅନୁସାରେ ମଣ୍ଡପଗୁଡିକ ପୂଜା ପାଇଁ ପୋଲିସଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଶିକ୍ଷାନୁଷ୍ଠାନରେ ମାତ୍ର ୨୦ ଜଣଙ୍କୁ ନେଇ ପୂଜା ହେବ । ଗଣେଶ ମଣ୍ଡପଗୁଡିକରେ ମାତ୍ର ୭ରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ମୂର୍ତ୍ତିଗୁଡିକର ଉତ୍ତଚା ୪ ଫୁଟ ମଧ୍ୟରେ ରହିବ । କଡା କୋରୋନା କଟକଣା ମଧ୍ୟରେ ଏଥର ଗଣେଶ ପୂଜା ହେବ ବୋଲି ପୂର୍ବରୁ ହିଁ ନିଷ୍ପତ୍ତି ନିଆଯାଇଥିଲା ।