କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରି ଓ’ ଫାରେଲ

ଭୁବନେଶ୍ୱର- ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରି ଓ’ ଫାରେଲ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । କୋଲକାତାରେ ଥିବ ଅଷ୍ଟ୍ରେଲିଆ ବାଣିଜ୍ୟ ଦୂତାବାସର ମୁଖ୍ୟ ରୋୱନ ଏନ୍ସୱର୍ଥ ଓ ଆମି କିଉଗଙ୍କ ମଧ୍ୟ କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିବା ସହ ବିଭିନ୍ନ କ୍ରୀଡା ଲାଗି ଥିବା ସୁବିଧା ସୁଯୋଗ ନୀରିକ୍ଷଣ କରିଛନ୍ତି ।

ହାଇକମିଶନର ଫାରେଲ ପ୍ରଥମେ ଓଡିଶା ଟାଟା ନାଭାଲ ହକି ହାଇପରଫର୍ମାନ୍ସ ସେଣ୍ଟର ଯାଇ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ । ପରେ ସେ ସ୍ପୋର୍ଟସ ସାଇନ୍ସ ସେଣ୍ଟର ଓ ହକି କଂପ୍ଲେକ୍ସ ଯାଇ କ୍ରୀଡାବିତଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ସହ ଓଡିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା, ଓଡିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍ ଓ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.