ଗଣେଶ ପୂଜା ପାଇଁ ବିଏମସି ଗାଇଡଲାଇନ୍ ଜାରି

ଭୁବନେଶ୍ୱର- ଆସନ୍ତା ଗଣେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ –ବିଏମସି ଗାଇଡଲାଇନ ଜାରି କରିଛି । ଗାଇଡଲାଇନ ଅନୁସାରେ ମଣ୍ଡପ ଓ ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିବ । ଏଥିପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ କୁହାଯାଇଛି । ମଣ୍ଡପ ବା ପେଣ୍ଡାଲର ୩ ପାଖ ସଂପୂର୍ଣ୍ଣ ବନ୍ଦ ରହିବ । ଚତୁର୍ଥ ପାଶ୍ୱର୍ ବି ବନ୍ଦ ରହିବ । କିନ୍ତୁ ପୂଜକଙ୍କୁ ଅନୁମତି ମିଳିବ । ଶ୍ରଦ୍ଧାଳୁମାନେ ମଣ୍ଡପ ବା ପେଣ୍ଟାଲ ଯାଇ ଦର୍ଶନ କରିପାରିବେ ନାହିଁ ।

Comments are closed.