ଭୁବନେଶ୍ୱର- ଲୋକସେବା ଭବନରେ ଇ-ରିସିପ୍ଟ ମଡେଲ୍ ୨.୦ର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଇ-ରିସିପ୍ଟ ମଡେଲର ଶୁଭାରମ୍ଭ କରିଛନ୍ତି । ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ ସରକାରୀ ବକେୟା ଓ ଟିକସ ପୈଠରେ ସୁବିଧା ହେବ । ଏଥିପାଇଁ ଓଡିଶା ଟ୍ରେଜେରି ପୋର୍ଟାଲ୍ ସହ ଇଣ୍ଡିଆନ ବ୍ୟାଙ୍କ ଓ ଅକ୍ସିସ୍ ବ୍ୟାଙ୍କ ରାଜିନାମା ସ୍ୱାକ୍ଷର କରିଛନ୍ତି ।