ବିଦ୍ୟାଭାରତୀଙ୍କୁ ୭ ଘଣ୍ଟାର ମାରାଥନ ଜେରା କଲା କ୍ରାଇମବ୍ରାଂଚ୍

ଭୁବନେଶ୍ୱର-ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ୭ ଘଣ୍ଟା କାଳ ମାରାଥନ ଜେରା କରିଛି କ୍ରାଇମବ୍ରାଂଚ ଟିମ୍ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡ ଗାଁରେ ବିଦ୍ୟାଭାରତୀଙ୍କୁ ଜେରା କରାଯାଇଥିଲା । ଜେରା ବେଳେ ତାଙ୍କୁ ୭୦ଟି ପ୍ରଶ୍ନ ପଚରାଯାଇଥିଲା । ବିଦ୍ୟାଭାରତୀଙ୍କ ବାପା ଓ ମାଆଙ୍କୁ ବି ଜେରା କରିଛି ୫ ଜଣିଆ କ୍ରାଇମବ୍ରାଂଚ ଟିମ୍ । ପୂର୍ବରୁ କ୍ରାଇମବ୍ରାଂଚ୍ ଏହି ମାମଲାରେ ପାରଳାଖେମୁଣ୍ଡିରେ ୧୪ ଜଣଙ୍କୁ ଜେରା କରିଥିଲା । ସୌମ୍ୟଙ୍କ ପରିବାରର ଉତ୍ତର ଆଧାରରେ ବି ବିଦ୍ୟାଭାରତୀଙ୍କୁ ପ୍ରଶ୍ନ ପଚରାଯାଇଛି । ଦରକାର ପଡିଲେ ପୁଣି ତାଙ୍କୁ ପଚରାଉଚରା କରାଯିବ ।

Comments are closed.