ରାଜ୍ୟରେ ୬୩୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ ଓ କିଶୋରଙ୍କ ସଂଖ୍ୟା ୯୫ 

ଭୁବନେଶ୍ୱର- ରାଜ୍ୟରେ ଆଉ ୬୩୮ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶିଶୁ କିଶୋରଙ୍କ ସଂଖ୍ୟା ୯୫ ରହିଛି । ଗତ ୨୪ ଘଣ୍ଟାରେ ସଙ୍ଗରୋଧରୁ ୩୭୨ ଓ ସ୍ଥାନୀୟ ଅଂଚଳରୁ ୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫, କଟକରୁ ୬୬, ବାଲେଶ୍ୱରରୁ ୩୩, ଯାଜପୁରରୁ ୩୨, ଜଗତସିଂହପୁରରୁ ୨୨, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮, ଅନୁଗୁଳରୁ ୧୭, କେନ୍ଦ୍ରାପଡାରୁ ୧୫, ସୁନ୍ଦରଗଡରୁ ୧୫, ଭଦ୍ରକରୁ ୧୪, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ଜିଲ୍ଲାରୁ ୯, ଗଜପତିରୁ ୯, ବରଗଡରୁ ୭, ମାଲକାନଗିରିରୁ ୫, ଗଞ୍ଜାମରୁ ୪, ନବରଙ୍ଗପୁରରୁ ୪, କୋରାପୁଟରୁ ୩ , ରାୟଗଡାରୁ ୪, ଦେବଗଡରୁ ୩, ବଲାଙ୍ଗିରରୁ ୨, ସୁବର୍ଣ୍ଣପୁରରୁ ୨, ନୟାଗଡରୁ ୨, କଳାହାଣ୍ଡିରୁ ୨, ଝାରସୁଗୁଡାରୁ ୨, ବୌଦ୍ଧରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା ଓ କନ୍ଧମାଳ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

Comments are closed.