ଓଡିଶାର ‘ମାଣ୍ଡା’ ମଇଁଷିକୁ ମିଳିଲା ଜାତୀୟ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା

ଭୁବନେଶ୍ୱର- ଓଡିଶାର ମାଣ୍ଡା ମଇଁଷିକୁ ଜାତୀୟ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ମିଳିଛି । ମାଣ୍ଡା ମଇଁଷିକୁ ୧୯ ତମ ମଇଁଷି ପ୍ରଜାତିର ମାନ୍ୟତା ଦେଇଛି ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂସାଧନ ବ୍ୟୁରୋ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ମାଣ୍ଡା ମଇଁଷି ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । ଏହି ପ୍ରଜାତିର ମଇଁଷିମାନେ ପ୍ରତିଦିନ ଅଢେଇରୁ ୪ ଲିଟର କ୍ଷୀର ଦିଅନ୍ତି । ମାଣ୍ଡା ମଇଁଷିର ରୋଗ ପ୍ରତିରୋଧକ ଓ ପ୍ରଜନନ ଶକ୍ତି ଅଧିକ । ୪ରୁ ୨୦ ବର୍ଷ ବୟସ ଯାଏ ପ୍ରତି ଦେଢରୁ ୨ ବର୍ଷରେ ବାଛୁରୀ ଜନ୍ମ ଦିଅନ୍ତି ।

Comments are closed.