ନୂଆଁଖାଇ ପ୍ରସ୍ତୁତି : ମାଆ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ବଲପୁର – ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡିଶା । ୧୧ ତାରିଖରେ ପାଳନ ହେବ ନୂଆଁଖାଇ । ଆଜି ସମଲେଶ୍ୱରୀ ମନ୍ଦିରକୁ ନୂଆ ଧାନ ଆସିଛି । ନୂଆ ଧାନରୁ ମାଆଙ୍କୁ ନବାନ୍ନ ଲାଗିହେବ । ମାଆ ସମଲେଶ୍ୱରୀଙ୍କଠାରେ ପ୍ରଥମେ ନୂଆ ଧାନରେ ନବାନ୍ନ ଲାଗି ହେବା ପରମ୍ପରା ରହିଆସିିଛି । ଆସନ୍ତା ୧୧ ତାରିଖ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଂଚମୀ ତିଥିରେ ଦିନ ୧୦ଟା ୧୫ରୁ ୧୦ଟା ୨୫ ମିନିଟ ମଧ୍ୟରେ ନବାନ୍ନ ସେବନ ହେବ । ସମ୍ବଲପୁର ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି ।

Comments are closed.