ଶାସ୍ତ୍ର ଅନୁସାରେ ବଜାରରେ ବିଭିନ୍ନ ଧାତୁର ମୂର୍ତ୍ତି ବିକ୍ରି ହେଉଥିଲେ ମଧ୍ୟ ମାଟି ମୂର୍ତ୍ତିକୁ ହିଁ ଘରେ ପୂଜା କରିବା ଉଚିତ୍ । ଏହାଛଡା ଯଦି ସୁନା,ଚାନ୍ଦୀ,ତମ୍ବା ମୂର୍ତ୍ତିକୁ ପୂଜା କରୁଛନ୍ତି ତେବେ ପ୍ରାଣପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ଉଚିତ୍ । ଏହା ବ୍ୟତୀତ ଭିନ୍ନ ଭିନ୍ନ ଆକୃତିର ଗଣେଶ ମୂର୍ତ୍ତି ସେହିପରି ଭିନ୍ନ ଭିନ୍ନ ଫଳ ପ୍ରଦାନ କରିଥାନ୍ତି।
ଗଜବକ୍ର : ସମ୍ପୁର୍ଣ୍ଣ ଶରୀରରେ ସର୍ପ ଗୋଡାଇ ହୋଇଥିବା ପ୍ରତିମା ଖୁବ୍ ଚମତ୍କାର ହୋଇଥାଏ। ଏହି ପ୍ରତିମାକୁ ମଙ୍ଗଳକାରୀ ଗଣେଶ ମଧ୍ୟ କୁହାଯାଏ ।
ମହାଗଣପତି : ‘ଓଁ’ ଆକୃତି ସମାନ ଏହି ପ୍ରତିମାରେ ଶ୍ରୀଗଣେଶଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଇଥାଏ । ଏକଦନ୍ତଙ୍କ ପେଟ ବଡ ଆକାରର ହୋଇଥାଏ,ତେବେ ଏହି ପ୍ରତିମାକୁ ଜ୍ଞାନର ପ୍ରତିକ ବୋଲି ମାନାଯାଏ ।
ବିଘ୍ନେଶ୍ୱର : ଏହି ପ୍ରତିମାରେ ଗରୁଡ ଏବଂ ସିଂହ ମଧ୍ୟ ସ୍ଥାନ ପାଇଥାନ୍ତି,ବଡରୁ ବଡ ବିଘ୍ନକୁ ନାଶ କରୁଥିବା ଏହି ପ୍ରତିମାକୁ ବିଘ୍ନେଶ୍ୱର କୁହାଯାଏ ।
ଗଣପତି : ହସ୍ତରେ ପଦ୍ମ ପୁଷ୍ପ, ଡାଳିମ୍ବ ଏବଂ ଲେମ୍ବୁ ଧାରଣ କରିଥିବା ତ୍ରୀନେତ୍ରଧାରୀ ଶ୍ରୀ ଗଜାନନଙ୍କ ଏହି ପ୍ରତିମା ପ୍ରଗତି ତଥା ଉନ୍ନତିକୁ ଇଙ୍ଗିତ କରେ ।
ଏକାକ୍ଷର : ରକ୍ତବର୍ଣ୍ଣୀ ଶରୀର ଏବଂ ଚନ୍ଦ୍ରାକାର ମୁକୁଟ ଧାରଣ କରିଥିବା ଏବଂ ହାତ,ପାଦ ଛୋଟ ହୋଇଥିବା ଗଣେଶ ପ୍ରତିମା ଜୀବନରେ ପ୍ରଗତି ଆଣିଥାଏ ।
ଏରମ୍ଭ ଗଣପତି : ପଞ୍ଚମୁଖି ଶ୍ରୀଗଣେଶଙ୍କ ଏହି ପ୍ରତିମାରେ ଗଜାନନଙ୍କ ମୁଖରଙ୍ଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ,ଏହି ପ୍ରତିମା ବ୍ୟକ୍ତିକୁ ପ୍ରଗାଢ ସମ୍ମାନର ଅଧିକାରୀ କରିଥାଏ ।
ସିଂହ ଗଣପତି : ବୀଣା,ଚକ୍ର ତଥା ମୁଦ୍ରା,ରକ୍ତ କଳସ ଧାରଣ କରିଥିବା ଏହି ମୂର୍ତ୍ତି ବିନାଶ ତଥା ସଂକଟରୁ ରକ୍ଷା କରିଥାଏ ।
ବାଳ ଗଣପତି : ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ କୋଳରେ ବସିଥିବା ପ୍ରଭୁ ବିନାୟକ ମହାଦେବଙ୍କ ଜଟାରୁ ବାହାରୁଥିବା ଗଙ୍ଗାଜଳରେ କ୍ରୀଡାରତ ଥିବାର ନଜର ଆସେ । ଏହି ପ୍ରତିମା ପୂଜାରେ ସନ୍ତାନହାନୀ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଗଣେଶ ପ୍ରତିମାରେ ଓଲଟା ହାତ ଆଡକୁ ଶୁଣ୍ଢ ଥିବା ଆବଶ୍ୟକ । ସାଧାରଣ ଲୋକେ ଘରେ ଏହି ପ୍ରତିମାକୁ ପୂଜା କରିବା ଦରକାର । ଯେଉଁମାନେ ତନ୍ତ୍ର-ମନ୍ତ୍ର ସାଧନା କରନ୍ତି ସେମାନେ ସିଧା ହସ୍ତ ଶୁଣ୍ଢ ପୂଜା କରିଥାନ୍ତି ।
Comments are closed.