ରାଜ୍ୟରେ ଆହୁରି ତ୍ୱରାନ୍ୱିତ ହେବ କୋଭିଡ ଟିକାକରଣ, ଦୈନିକ ଚାରି ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରାଯିବ । ଏଣିକି ଦୈନିକ ସାଢେ ୩ ଲକ୍ଷ ବଦଳରେ ୪ ଲକ୍ଷ ଲୋକଙ୍କୁ କୋରୋନା ଟିକା ଦିଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଯେତେଶୀଘ୍ର ସମ୍ଭବ ଟିକାକରଣ ଲାଗି ସରକାର ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଏହିମାସରୁ ରାଜ୍ୟ ସରକାର ଦୈନିକ ଟିକକରଣ ଲକ୍ଷ୍ୟକୁ ସାଢେ ୩ ଲକ୍ଷକୁ ବୃଦ୍ଧି କରିଥିଲେ । ଏବେ ନିୟମିତ ଭାବେ ପ୍ରାୟ ସାଢେ ୩ ଲକ୍ଷ ପର୍ଯ୍ୟନ୍ତ ଟିକାକରଣ କରାଯାଉଛି । ହେଲେ ଟିକାର ବିନିଯୋଗ ଅନୁଯାୟୀ କେନ୍ଦ୍ର ସରକାର ଅଧିକ ମାତ୍ରାରେ ଟିକା ଦେବା ପାଇଁ ସୂଚନା ଦେବା ପରେ ରାଜ୍ୟ ସରକାର ଦୈନିକ ଲକ୍ଷ୍ୟକୁ ଆହୁରି ୫୦ ହଜାର ବୃଦ୍ଧି କରିଛନ୍ତି ।

Comments are closed.