ରାଜ୍ୟରେ ଅଢେଇ କୋଟି ଡୋଜ୍ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ ପରିଶ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର – କୋଭିଡ -୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ ଅଢେଇ କୋଟି ଡୋଜ୍ ଟିକା ଦିଆସରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀ ଓ ଟିକାକରଣରେ ସଂପୃକ୍ତ ଥିବା ଲୋକଙ୍କ ନିଷ୍ଠା, କଠୋର ପରିଶ୍ରମକୁ ପ୍ରଶଂସା କରିଛନ୍ତି । ମୂଲ୍ୟବାନ ଜୀବନ ବଂଚାଇବାରେ ସେମାନଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.