ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କୋଭିଡ କଟକଣା ମଧ୍ୟରେ ସାରା ପଶ୍ଚିମ ଓଡିଶାବାସୀ ପାଳନ କରୁଛନ୍ତି ଏହି କୃଷିଭିତ୍ତିକ ଗଣପର୍ବ । ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନୂଆଁଖାଇ ଆମ କଳା ସଂସ୍କୃତିର ପରିଚୟ । ଏହା ଏକ ସାମାଜିକ ପର୍ବ । ବ୍ୟକ୍ତି ନୁହେଁ , ସମାଜ ଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି । ସମସ୍ତେ କୋଭିଡ ନିୟମ ମାନି ତିହାର ପାଳନ କରନ୍ତୁ ବୋଲି ଆହ୍ୱାନ ଦେବା ସହ ମାଆ ସମଲେଶ୍ୱରୀ ସମସ୍ତଙ୍କୁ ସୁଖଶାନ୍ତିରେ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.