ଗଣପର୍ବ ନୂଆଁଖାଇ ଉପଲକ୍ଷେ ଚଳଚଞ୍ଚଳ ପଶ୍ଚିମ ଓଡିଶା, କୋଭିଡତ୍ତସତ୍ତ୍ୱେ କମ୍ ହୋଇନି ଲୋକଙ୍କ ଉତ୍ସାହ

ସମ୍ବଲପୁର – ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆଜି ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ । କୋଭିଡ ସତ୍ତ୍ୱେ ଲୋକଙ୍କ ଉତ୍ସାହ କମ୍ ହୋଇନାହିଁ । ବନ୍ଧୁ ପରିବାରବର୍ଗଙ୍କ ସହ ସମସ୍ତେ ନୂଆଁଖାଇବେ ଆଜି । ଆଜି ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବେ । ନବାନ୍ନ ଲାଗି ଦିନ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ଲଗ୍ନ ଧାର୍ଯ୍ୟ କରାଯାଇଛି । ନୂଆଁଖାଇ ପର୍ବ ଅବସରରେ ଭକ୍ତମାନଙ୍କ ଭିଡ ଜମିବାର ଥିବାରୁ ଆଜି ମାଆ ସମଲେଶ୍ୱରୀଙ୍କ ମନ୍ଦିର ଦିନ ସାଢେ ୧୨ଟାରୁ ସଂଧ୍ୟା ସାଢେ ୫ଟା ଯାଏଁ ଖୋଲା ରହିବ । କୋଭିଡ କଟକଣାରେ ନୂଆଁଖାଇ ପାଳନ ହେଉଛି । ନୂଆଁଖାଇ ଭେଟଘାଟ ଉପରେ କଟକଣା ଜାରି କରାଯାଇଛି ।

Comments are closed.